fbpx

Dot Balls ଜାଗାରେ କାହିଁକି ରହିଛି ‘ଗଛ’ର ଚିହ୍ନ? ମହାନ୍ ଉଦ୍ଦେଶ୍ୟରେ ନିଷ୍ପତ୍ତି ନେଇଛି BCCI…

Advertisement

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ଖେଳାଯାଉଛି ଆଇପିଏଲ-୨୦୨୪ର ପ୍ରଥମ କ୍ୱାଲିଫାୟାର ମ୍ୟାଚ । କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୋୟଲ୍ସ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏହି ମ୍ୟାଚରେ ଏକ ଅଜବ ଦୃଶ୍ୟୃ ଦେଖିବାକୁ ମିଳିଛି । କୋଲକାତା ବୋଲିଂ କରୁଥିବା ବେଳେ ଓଭରର ପ୍ରତ୍ୟେକ ଡଟ୍ ବଲକୁ ଗଛର ଚିହ୍ନରେ ଦର୍ଶଯାଉଥିବା ଦେଖାଯାଇଛି । ମ୍ୟାଚ ସ୍କୋରକାର୍ଡରେ ଗଛର ଚିହ୍ନ ଦେଖି ଅନେକ ଫ୍ୟାନ୍ସ ଦ୍ୱନଦ୍ୱରେ ପଡି ଯାଇଛନ୍ତି ଏବଂ ସୋସିଆଲ ମିଡିଆରେ ପ୍ରଶ୍ନର ଝଡ ସୃଷ୍ଟି ହୋଇଛି । ବର୍ତ୍ତମାନ ଏହି ପ୍ରଶ୍ନର ସଠିକ୍ ଉତ୍ତର ସାମନାକୁ ଆସିଛି ।

କୋଲକାତା-ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ପ୍ରଥମ କ୍ୱାଲିଫାୟାରରେ ପୁରୁଣା ନିଷ୍ପତ୍ତିକୁ ଦୋହରାଇଛି ବିସିସିଆଇ । ତେବେ ଏହା ପଛରେ ରହିଛି ବିସିସିଆଇର ଏକ ବଡ ଉଦ୍ଦେଶ୍ୟ । ପ୍ରକୃତିକୁ ସୌନ୍ଦର୍ୟ୍ୟରେ ଭରି ଦେବା ପାଇଁ ବିସିସିଆଇ ଏଭଳି ଏକ ନିଷ୍ପତ୍ତି ନେଇଛି । ଯେଉଁଥିପାଇଁ ଏବେ ବିଭିନ୍ନ ମହଲରୁ ଭାରତୀୟ କ୍ରିକେଟ ବୋର୍ଡକୁ ସଲାମ କରାଯାଉଛି । ବିସିସିଆଇ ପ୍ରକୃତିକୁ ସବୁଜିମାରେ ଭରି ଦେବା ପାଇଁ ଏକ ନୂଆ ଏବଂ ମହତ୍ ଅଭିଯାନ ଆରମ୍ଭ କରିଛି । ଆଇପିଏଲ-୨୦୨୪ର ପ୍ରତ୍ୟେକ ପ୍ଲେ-ଅଫ ମ୍ୟାଚର ସମସ୍ତ ଡଟ୍ ବଲ୍ ପାଇଁ ୫୦୦ଟି ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ତେଣୁ ପ୍ଲେ-ଅଫର ଚାରୋଟି ଯାକ ମ୍ୟାଚରେ ଡଟ୍ ବଲ୍ ସ୍ଥାନରେ ଏହି ଗଛର ଚିହ୍ନ ଦେଖିବାକୁ ମିଳିବ । କ୍ୱାଲିଫାୟାର-୧, କ୍ୱାଲିଫାୟାର-୨ ସହ ଏଲିମିନେଟର ଏବଂ ଫାଇନାଲ ମ୍ୟାଚରେ ମଧ୍ୟ ଏହି ଅଭିଯାନ ଜାରି ରଖିବ ବିସିସିଆଇ । ବିସିସିଆଇ ଏବଂ ଟାଟା ଗ୍ରୁପର ମିଳିତ ପ୍ରୟାସରେ ଏଭଳି ଏକ ନିଆରା ଏବଂ ସ୍ୱତନ୍ତ୍ର ପଦକ୍ଷେପ ଅବଲମ୍ବନ କରାଯାଇଛି । ବିସିସିଆଇର ଏଭଳି ଏକ ପ୍ରକୃତିପ୍ରେମୀ ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିବା ସହ ଖୁବ ପ୍ରଶଂସା କରିଛନ୍ତି । ଏ ନେଇ ବିସିସିଆଇ ତରଫରୁ ଏକ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ଗତବର୍ଷ ଆଇପିଏଲରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଆଇପିଏଲ ୨୦୨୩ ସିଜନର ପ୍ଲେଅଫ୍, ଏଲିମିନେଟର ଏବଂ ଫାଇନାଲ ମ୍ୟାଚରେ ମୋଟ ୧,୪୭,୦୦୦ ଗଛ ଲଗାଇଛି ଭାରତୀୟ କ୍ରିକେଟ ବୋର୍ଡ । ୨୦୨୩ ସିଜନର ଶେଷ ୪ଟି କ୍ୱାଲିଫାୟାର ପର୍ୟ୍ୟାୟର ପ୍ରତ୍ୟେକ ଡଟ୍ ବଲ୍ ପାଇଁ ବୋର୍ଡ ପକ୍ଷରୁ ୫୦୦ଟି ଗଛ ପୋତାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ତେବେ ଏହି ସମସ୍ତ ମ୍ୟାଚରେ ମୋଟ ୧,୪୭,୦୦୦ ଗଛ ପୋତିଥିଲା ବୋର୍ଡ । ଗତ ସିଜନର ପ୍ରଥମ କ୍ୱାଲିଫାୟାର(ଗୁଜୁରାଟ ଟାଇଟନ୍ସ ବନାମ ଚେନ୍ନାଇ ସୁପର କିଙ୍ଗସ) ମ୍ୟାଚରେ ୮୪ଟି ଡଟ୍ ବଲ୍ ଫିଙ୍ଗା ଯାଇଥିବା ବେଳେ ପ୍ରଥମ ଏଲିମିନେଟର (ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ)ରେ ୯୮ଟି ଡଟ୍ ବଲ୍ ଏବଂ ଦ୍ୱିତୀୟ କ୍ୱାଲିଫାୟାର (ମୁମ୍ବାଇ-ଗୁଜୁରାଟ) ମ୍ୟାଚରେ ୬୮ଟି ଡଟ୍ ବଲ୍ ଖେଳାଯାଇଥିଲା । ଶେଷରେ ଫାଇନାଲ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମାତ୍ର ୪୬ଟି ଡଟ୍ ପକାଇ ପାରିଥିଲେ ଉଭୟ ଦଳର ବୋଲର । ତେଣୁ ଗତ ସିଜନ୍ ପାଇଁ ସର୍ବମୋଟ ୧,୪୭,୦୦୦ ଗଛ ଲଗାଯାଇଛି ।

Get real time updates directly on you device, subscribe now.