fbpx

ଏଣିକି ଗାଈର ହାକୁଟିରୁ ତିଆରି ହେବ ହୀରା! ଜାଣନ୍ତୁ କେମିତି ଅସମ୍ଭବ ହେବ ସମ୍ଭବ

Advertisement

ଓଡ଼ିଶା ଭାସ୍କର: ମଣିଷର ଆବଶ୍ୟକତା ହିଁ ମଣିଷ ଦ୍ୱାରା ବଡ଼ ବଡ଼ ଆବିଷ୍କାର କରାଇଥାଏ । ଏହି ଆବଶ୍ୟକତା ପାଇଁ ହିଁ ମଣିଷ ଆଜି ପୃଥିବୀର ସୀମା ଲଙ୍ଘି ଚନ୍ଦ୍ରପୃଷ୍ଠରେ ପହଞ୍ଚିପାରିଛି । ତେବେ ବେଳେ ବେଳେ ଏମିତି ଅଦ୍ଭୁତ ଜିନିଷ ଆବିଷ୍କାର ହୋଇଯାଏ, ଯାହା ନିଜକୁ ବି ଆଶ୍ଚର୍ଯ୍ୟ କରିଦିଏ । ଏଭଳି ଏକ ଆବିଷ୍କାର ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବର୍ତ୍ତମାନ ଗାଈର ‘ହାକୁଟି’ରେ ହିଁ ହୀରା ପ୍ରସ୍ତୁତ କରିବାକୁ ଯାଉଛନ୍ତି iPod ଉଦ୍ଭାବକ ଟୋନୀ ଫେଡେଲ ।

ରିପୋର୍ଟ ଅନୁସାରେ, ଟୋନୀ ଫେଡେଲ ଗାଈର ହାକୁଟି ଏବଂ ପାଦରୁ ବାହାରୁଥିବା ମିଥେନକୁ ହୀରାରେ ପରିଣତ କରାଯାଇପାରିବ । ଏହାକୁ ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସରେ ମଧ୍ୟ ବ୍ୟବହାର କରାଯାଉଛି । ବ୍ରାତିସ୍ଲାଭାରେ ଷ୍ଟାର୍ମସ ଫେଷ୍ଟିଭାଲ ସମୟରେ ନିଜର ଏହି ପ୍ରୟୋଗକୁ ସାରା ଦୁନିଆ ଆଗରେ ଉପସ୍ଥାପନ କରିଛନ୍ତି ଟୋନୀ ଫେଡେଲ । ଏ ନେଇ ସେ କହିଛନ୍ତି ଯେ, ଏତେ ବର୍ଷ ମଧ୍ୟରେ ଅନେକ ପ୍ରଡକ୍ଟ ପ୍ରସ୍ତୁତ କରିଛି, ଯାହା ଏବେ ବିଭିନ୍ନ ସ୍ଥାନରେ ବ୍ୟବହାର ହୋଇପାରୁଛି । କିନ୍ତୁ ଏହି ପ୍ରଡକ୍ଟ ପୃଥିବୀକୁ ବଞ୍ଚାଇପାରିବ । ଏହାପରେ ସେ କହିଛନ୍ତି ଯେ, ବର୍ତ୍ତମାନ ମୁଁ ମୋର ଅଧିକାଂଶ ସମୟ ଏହାକୁ ପ୍ରସ୍ତୁତ କରିବାରେ ଅତିବାହିତ କରୁଛି ଯାହା ଉତ୍ପାଦ ପରେ ପୃଥିବୀକୁ ସାହାଯ୍ୟ କରିବ। ହୀରା ତିଆରି କରିବା ପାଇଁ ଆମକୁ ବହୁ ପରିମାଣର ମିଥେନ ଆବଶ୍ୟକ ହୋଇଥାଏ । ତେଣୁ ମିଥେନ ଲିକେଜକୁ ଚିହ୍ନିବା ପାଇଁ ତାଙ୍କ ଦଳ ଏହି ବର୍ଷ ଆରମ୍ଭରେ ମିଥେନ୍ସାଟ ନାମକ ଏକ ଉପଗ୍ରହ ଉତକ୍ଷେପଣ କରିଛି । ଏହା ସାହାଯ୍ୟରେ ମିଥେନର ଉତ୍ସ ଜାଣିହେବ । ଏହି ପ୍ରୋଜେକ୍ଟ ପାଇଁ, ଟୋନୀ ଫେଡେଲ ‘ଡାଇମଣ୍ଡ ଫାଉଣ୍ଡ୍ରି’ ନାମକ ଏକ କମ୍ପାନୀ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି । ଯାହା ଭୂମିରୁ କିମ୍ବା ଗାଈ ପରି ପଶୁମାନଙ୍କଠାରୁ ବାୟୋମେଟେନ୍ ନେଇ କୃତ୍ରିମ ହୀରା ପ୍ରସ୍ତୁତ କରିବ ।

କୌଣସି ପ୍ରକାରେ ପୃଥିବୀରୁ ମିଥେନକୁ ବନ୍ଦ କରିବା ଏହି ଉଦ୍ଭାବନର ଏକମାତ୍ର ଉଦ୍ଦେଶ୍ୟ ବୋଲି କହିଛନ୍ତି ଟୋନୀ ଫେଡେଲ । ମିଥେନ୍ ନଷ୍ଟ ହୋଇଗଲେ ପୃଥିବୀର ତାପମାତ୍ରାକୁ ବୃଦ୍ଧିରେ ମଧ୍ୟ ରୋକ ଲାଗି ପାରିବ । ତେଣୁ ପରୋକ୍ଷ ଭାବରେ ମିଥେନ୍ ହିଁ ମଣିଷ ତଥା ଅନ୍ୟ ଜୀବଜନ୍ତୁମାନଙ୍କ ଭବିଷ୍ୟତ ପାଇଁ ବିପଦ ସାଜିଛି । ଏହାକୁ ଦୃଷ୍ଟରେ ରଖି ଟୋନୀ ଫେଡେଲ CH4 ଗ୍ଲୋବାଲ୍ ନାମକ ଅନ୍ୟ ଏକ କମ୍ପାନୀ ଗଠନ କରିଛନ୍ତି । ଏଥିରୁ ଲାଲ୍ ସାମୁଦ୍ରିକ ଶୈବାଳ ପ୍ରସ୍ତୁତ କରାଯାଏ । ଯଦି ଏହାକୁ ଗାଈ ମାନଙ୍କ ଖାଦ୍ୟରେ ମିଶାଇ ସେମାନଙ୍କୁ ଦିଆଯାଏ, ତେବେ ସେମାନଙ୍କର ହାକୁଟି ପ୍ରାୟ ୮୦ ରୁ ୯୦ ପ୍ରତିଶତ ହ୍ରାସ ପାଇବ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.