fbpx

ମୋ ନିର୍ଦ୍ଦେଶରେ କୃଷକଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା; ହରିୟାଣାର ପୂର୍ବତନ ଗୃହମନ୍ତ୍ରୀ

Advertisement

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମୟରେ କୃଷକଙ୍କ ଉପରକୁ ପୁଲିସ ଗୁଳି ଚଳାଇବା ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି ହରିୟାଣାର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଭିଜ୍। ଅନୀଲ ଭିଜ୍ କହିଛନ୍ତି, “ଯେ କେହି ନିର୍ଦ୍ଦେଶରେ କୃଷକଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ମୁଁ ସେତେବେଳେ ଗୃହମନ୍ତ୍ରୀ ଥିଲି ଏବଂ ମୁଁ ଏହାର ଦାୟିତ୍ୱ ନେଇଥିଲି । ଅମ୍ବାଲାର ପାଞ୍ଜୋଖରା ଗାଁରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ପହଞ୍ଚିଥିବା ଅନିଲ ଭିଜ୍ ନିଜେ ଆନ୍ଦୋଳନରତ କୃଷକଙ୍କ ପାଖକୁ ଯାଇଥିଲେ । ଏହି ସମୟରେ ଆନ୍ଦୋଳନରତ କୃଷକଙ୍କ ଉପରକୁ ଗୁଳିଚାଳନା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅନୀଲ ବିଜ୍ କହିଛନ୍ତି ଯେ ସେ ଆଉ ସରକାରରେ ନାହାନ୍ତି ।

ଅନିଲ ଭିଜ୍ କୃଷକମାନଙ୍କୁ କହିଥିଲେ, “ଗୁଳିଟି ହୁଏତ କାହାର ନିର୍ଦ୍ଦେଶରେ ଗୁଳି ଚାଳନା ହୋଇଥାଇପାରେ, ମୁଁ ସେତେବେଳେ ଗୃହମନ୍ତ୍ରୀ ଥିଲି, ମୁଁ ଏହାର ଦାୟିତ୍ୱ ନେଇଥିଲି । ଗତ ଫେବ୍ରୁଆରି ମାସରେ ହରିୟାଣା ପୁଲିସ ଓ କୃଷକ ସଂଗଠନ ମଧ୍ୟରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଚେଷ୍ଟା କରୁଥିବା ବେଳେ ସଂଘର୍ଷ ହୋଇଥିଲା । ଏହି ସମୟରେ ଚାଷୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିବା ଦାବି କରାଯାିଥିଲା । ଏହି ହିଂସାତ୍ମକ ଘଟଣାରେ ୨୨ ବର୍ଷୀୟ ଶୁଭକରଣ ସିଂହଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଗୁଳିରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ପୋଲିସ ବି ଖଣ୍ଡନ କରିଥିଲା ।

Get real time updates directly on you device, subscribe now.