fbpx

Big Breaking; ୨୩ ତାରିଖରେ ଅଚାନକ ହେବ ମତଦାନ: ଏହି ବୁଥ୍ ପାଇଁ ନୂଆ ତାରିଖ ଦେଲେ କମିଶନ୍

Advertisement

ଓଡ଼ିଶା ଭାସ୍କର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତେବେ ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ମେ’ ୨୫ ତାରିଖରେ ହେବାକୁ ସୂଚୀ ରହିଛି । କିନ୍ତୁ ଏହାପୂର୍ବରୁ ନିର୍ବାଚନ କମିଶନ୍ ଏକ ବଡ଼ ଘୋଷଣା କରିଛନ୍ତି । ମେ’ ୨୩ ତାରିଖରେ ଅଚାନକ ମତଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ରାଜ୍ୟର ମାତ୍ର ୨ଟି ବୁଥରେ ଏହି ମତଦାନ ଅନୁଷ୍ଠିତ ହେବ । କଣ୍ଟାମାଳର ୨ଟି ବୁଥରେ ଏହି ଦିନ ମତଦାନ କରିବା ପାଇଁ ଘୋଷଣା କରାଯାଇଛି । ବୁଥ୍ ନମ୍ବର ୨୬ ଏବଂ ୨୮ ପାଇଁ ଆଉ ଏକ ନୂଆ ତାରିଖ ସ୍ଥିର କରିଛନ୍ତି ନିର୍ବାଚନ କମିଶନ୍ । ତେବେ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରିପାରିବେ ଭୋଟର ।

Get real time updates directly on you device, subscribe now.