fbpx

(Video) ଗତକାଲି ଅଟୋରେ ଭୋଟରମାନଙ୍କୁ ନେଇଯାଉଥିଲେ ରାସ୍ତାରେ ଶେଷ କରିଦେଲେ; ପୁଣି ଆଜି …

Advertisement

ବରଗଡ଼: (ଓଡ଼ିଶା ଭାସ୍କର) ସରସରା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା: ବିଜେଡ଼ି-ବିଜେପି କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ । ରାଜ୍ୟରେ ଦ୍ଵିତୀୟ ପର‌୍ୟ୍ୟାୟ ମତଦାନ ଚାଲିଥିବା ବେଳେ ଗତ କାଲି ସୋମବାର ବରଗଡ଼ ଜିଲ୍ଲା ସରସରାରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ସମସ୍ତଙ୍କୁ ଚକିତ କରିଛି । ସରସରା ପ୍ରାଥମିକ ବିଦ୍ୟାଳୟ ରେ କରାଯାଇଥିବା ୧୨୮ ଓ ୧୨୯ ନମ୍ବର ବୁଥ୍ ରୁ ମାତ୍ର ୩ଶହ ରୁ ୪ ଶହ ମିଟର ଭିତରେ ଜନୈକ ୩୨ ବର୍ଷୀୟ ଅଟୋ ଚାଳକ ବିଶ୍ୱନାଥ ମିର୍ଦ୍ଧାଙ୍କୁ ହତ୍ୟା କରାଯାଇଥିଲା ।

ଏହାକୁ ନେଇ ବିଜେଡ଼ି ଓ ବିଜେପି ମଧ୍ୟରେ ଖଣ୍ଡ ଯୁଦ୍ଧ ଆରମ୍ଭ ହୋଇ ଗଲାଣି । ବିଜେପିର ବରଗଡ଼ ଲୋକସଭା କ୍ଷେତ୍ରର ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ଭିଡିଓ ବାର୍ତ୍ତାରେ ବିଜେଡ଼ିକୁ ଆରୋପ କରିଥିବା ବେଳେ ବରିଷ୍ଠ ବିଜେଡ଼ି ନେତା ଜାପାନ ମହାପାତ୍ର ମଧ୍ୟ ଏନ୍ୟ ଏକ ଭିଡିଓ ବାର୍ତ୍ତାରେ ବିଜେପିକୁ ପ୍ରତ୍ୟାରୋପ କରିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ଉଭୟେ ଉଭୟଙ୍କୁ ଦୋଷାରୋପ କରୁଛନ୍ତି ।

ତେବେ ଏହି ହତ୍ୟାକାଣ୍ଡକୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ବି ଅଭିଯୁକ୍ତ କୁହାଯାଉଥିବା ଅଶୋକ ମହାନନ୍ଦଙ୍କୁ ପୋଲିସ ଗିରଫ କରି ପାରିନାହିଁ । ଅନ୍ୟ ପଟେ ଅଭିଯୁକ୍ତ କୁ ଗିରଫ ଓ ପରିବାର ବର୍ଗଙ୍କୁ ନ୍ୟାୟ ସହ କ୍ଷତିପୂରଣ ଦବୀରେ ସରସରା ଗ୍ରାମ୍ୟ ରାସ୍ତାକୁ ଅବରୋଧ କରିଥିବା ହତ୍ୟାର ଶିକାର ହୋଇଥିବା ବିଶ୍ଵନାଥ ଙ୍କ ସ୍ତ୍ରୀ ଓ ପଡୋଶୀଙ୍କୁ ଉଠାଇ ନେଇଥିଲା ପୋଲିସ । ହେଲେ ଗତ ବିଳମ୍ବିତ ରାତ୍ରିରେ ସେମାନଙ୍କୁ ଛଡ଼ାଯାଇଛି ।

Get real time updates directly on you device, subscribe now.