fbpx

୧୩ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର, ରେଗୁଲାର ହେବେ ଶିକ୍ଷା ସହାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିରେ ମୋଟ ୧୩ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର ।

ଲୋ ଭୋଲଟେଜ ସମସ୍ୟ ଦୂର ପାଇଁ ଟ୍ରାନ୍ସମିସନ ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି । ଟ୍ରାନ୍ସମିସନ ପ୍ରକଳ୍ପ ପାଇଁ ୨୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ବିଭିନ୍ନ ସ୍ଥାନରେ ୯୯ଟି ୧୧ କେଭି ଓ ୬୪ଟି ୩୩ କେଭି ଲାଇନର ସବଷ୍ଟେସନ ପ୍ରତିଷ୍ଠା କରାଯିବ । ଓପିଟିସିଆଲ ମାଧ୍ୟମରେ ଏହି କାମ ହେବ । ୨୬୦ କୋଟ ଟଙ୍କା ବ୍ୟୟରେ ୪ଟି ଜାଗାରେ ଗ୍ରୀଡ ସବଷ୍ଟେସନ ପ୍ରତିଷ୍ଠା ହେବ । ଆଠମଲ୍ଲିକ, ମ.ରାମପୁର, ଚିତ୍ତାଳୋ, ଆଗଲପୁରରେ ଗ୍ରୀଡ ସବଷ୍ଟେସନ ହେବ ।

ଏହା ସହ ଗଣଶିକ୍ଷା ବିଭାଗ ଅଧୀନରେ ଶିକ୍ଷା ସହାୟକଙ୍କୁ ରେଗୁଲାର କରାଯିବ । ୬ ବର୍ଷ ପରେ ଶିକ୍ଷା ସହାୟକଙ୍କୁ ରେଗୁଲାର କରାଯିବ । ୩୩୨୮ ଜଣ ମଲଟି ଲିଙ୍ଗୁଆଲ ଶିକ୍ଷା ସହାୟକ ନିୟମିତ ହେବେ । ଚାକିରିର ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ଭାବେ ମାନ୍ୟତା ମିଳିବ । ଶିକ୍ଷା ସହାୟକଙ୍କୁ ଆସିଷ୍ଟାଣ୍ଟ ଟିଚର ଭାବେ ନିଯୁକ୍ତ ଦିଆଯିବ ।

କଳାହାଣ୍ଡି ସାନ୍ଦୁଲ ନଦୀରେ ବ୍ୟାରେଜ ପ୍ରକଳ୍ପ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପ ପାଇଁ ୧୨୬ କୋଟି ଟଙ୍କା ଖର୍ଚ୍ଚ ହେବ । ୨୯ ଗାଁରେ ୫ ହଜାର ହେକ୍ଟର ଜମି ଜଳସେଚିତ ହେବ । ଅଢ଼େଇ ବର୍ଷରେ କାମ ସରିବ ।

କଟକ ଏସସିବିର ସଂପ୍ରସାରଣ ପାଇଁ ୮୮୮ କୋଟିର ଟେଣ୍ଡରକୁ ମଞ୍ଜୁରୀ ମିଳିଛି । ଆସନ୍ତା ୨ ବର୍ଷ ଭିତରେ ଉନ୍ନତୀକରଣ କାର୍ଯ୍ୟ ସରିବ ।

Get real time updates directly on you device, subscribe now.