fbpx

ଟିକା ନନେଲେ ମିଳିବନି ରାସନ: ସରକାର ଆଣିଲେ ନୂଆ ନିୟମ

ନୂଆଦିଲ୍ଳୀ:ରାସନ ନେବାକୁ ହେଲେ ନେବାକୁ ହେବ ଟିକା । ଆଉ କୋଭିଡ଼ ଟିକା ନେବାକୁ ମନା କଲେ ମିଳିବନି ସରକାରୀ ଯୋଜନା । ଏମିତିକି ଟିକା ନନେଇଥିଲେ ଏବେ ରାସନ କାର୍ଡ଼ ମିଳିବନି ବୋଲି ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ସରକାରୀ ଯୋଜନାରେ ମାଗଣା ଆଉ ରିହାତିରେ ମିଳୁଥିବା ସବୁ ଜିନିଷ ପାଇବାରୁ ହିତାଧିକାରୀ ବଞ୍ଚିତ ହେବେ । ରାଜସ୍ଥାନରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ତେଣୁ ଏବେ ପୁଣି ଥରେ ରାଜସ୍ଥାନରେ ନାଇଟ କର୍ଫ୍ୟୁ ଜାରି ହୋଇଛି ।

ତେବେ ମୋଟାମୋଟୀ ଭାବେ ରାଜସ୍ତାନ ସରକାର ଟୀକାକରଣକୁ ପ୍ରାଧାନ୍ୟ ଦେଇ ବାଧ୍ୟତାମୂଳକ କରିଛନ୍ତି ଖାସ ସେଥିପାଇଁ ଏଭଳି ଏକ ବଡ଼ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ୧୬୨ ଦିନ ପରେ ରାଜସ୍ତାନରେ ଶୁକ୍ରବାର ଗୋଟିଏ ଦିନରେ ୪୨ଟି କୋଭିଡ୍ ମାମଲା ରେକର୍ଡ଼ ହୋଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ରାଜସ୍ତାନରେ ୨୨ଟି ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ୍ ପରିସ୍ଥିତିର ସମୀକ୍ଷା କରିଥିଲେ।

ଏଭଳି ଜଟିଳ ପରିସ୍ଥିତିରେ ବି ଲୋକମାନେ ଟିକା ନେବାକୁ ଇଚ୍ଛୁକ ହେଉ ନଥିବାରୁ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏଭଳି ଘୋଷଣା କରିଛନ୍ତି । ସରକାରୀ ଯୋଜନାରୁ ବଞ୍ଚିତ ହେବାକୁ ଭୟ କରି ଲୋକମାନେ ଅନ୍ତତଃ ଟିକା ନେବେ ବୋଲି ଆଶା କରାଯାଉଛି । ତେଣୁ ଏଭଳି ଘୋଷଣା ଫଳପ୍ରଦ ହେବ ବୋଲି ସେ କହିଛନ୍ତି । ସେହିପରି ରାତି ୧୧ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ କର୍ଫ୍ୟୁକୁ କଡାକଡି ପାଳନ କରାଯିବ ବୋଲି ମଧ୍ୟ ସେ ଗୁରୁତ୍ୱୋରପ କରିଛନ୍ତି। ରାଜସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ପାର୍ସଦି ଲାଲ ମୀନା କହିଛନ୍ତି ଯେ, ନୂଆ ବର୍ଷ ଉତ୍ସବ ଆରମ୍ଭ ହେବା ପୂର୍ବରୁ କଟକଣା ଲଗାଇବା ଜରୁରୀ। ନଚେତ୍ କୋଭିଡ -୧୯ ମାମଲା ବଢ଼ିପାରେ।। ସେହିପରି କୋଭିଡ -୧୯ରବୁଷ୍ଟର ଡୋଜ୍‌ ଦେବାକୁ ରାଜସ୍ତାନ ସରକାର କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ରାଜସ୍ଥାନରେ ଏବେ ଓମିକ୍ରନ ସଂଖ୍ୟ ବଢୁଥିବା ବେଳେ ଆଗକୁ କୋଭିଡ଼ ଉପରେ ରୋକ ଲଗାଇବାକୁ ଆଉ କଣ କଣ ନିଷ୍ପତ୍ତି ନିଆଯାଉଛି ଦେଖିବାକୁ ଅପେକ୍ଷା ।

Get real time updates directly on you device, subscribe now.