ଗଞ୍ଜାମ: ବହୁ ଚର୍ଚ୍ଚିତ ତନସ୍ୱିନୀ-ଡାକ୍ତର ସୁମିତ ପାରିବାରିକ କଳହ ମାମାଲାରେ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ଘଟଣାରେ ନୂଆ ମୋଡ଼ ନେବାକୁ ଲାଗୁଛି । ଡାକ୍ତର ସୁମିତ୍ ଏପର୍ଯ୍ୟନ୍ତ ସାମ୍ନାକୁ ନ ଆସି ଅଭିଯୋଗ ଆଣିଥିବାବେଳେ । ଅନ୍ୟପଟେ ତପସ୍ୱିନୀ ଶ୍ୱଶୁର ଘରକୁ ଯିବାପାଇଁ ପାଇଁ ଜିଦରେ ଅଟଳ । ନିକଟରେ ତପସ୍ୱିନୀଙ୍କୁ ଘରେ ପ୍ରବେଶ କରିବା ପାଇଁ ସ୍ଥାନୀୟ ଲୋକେ ସୁମିତ୍ ଙ୍କ ଘରର ଗେଟ ଭାଙ୍ଗିବା ଭିତରକୁ ପଶିଥିଲେ । ଯାହାକୁ ନେଇ ସୁମିତଙ୍କ ପରିବାର ପକ୍ଷରୁ ମଧ୍ୟ ମାମଲା ରୁଜୁ କରାଯାଇଥିଲା ।
ସେପଟେ ତପସ୍ୱିନୀ ଏବଂ ସୁମିତଙ୍କ ପାରିବାରିକ ମାମଲାରେ ପ୍ରମିଳା ତ୍ରିପାଠୀ ତୃତୀୟ ବ୍ୟକ୍ତି ଭାବରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆସିବା ପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ‘ଏହି ମାମଲାରେ କେହିବି ହସ୍ତକ୍ଷେପ କରିନାହଁନ୍ତି, ମୁଁ ଜଣେ ସମାଜସେବୀ’ । ଗୋଟିଏ ଝିଅକୁ ନ୍ୟାୟ ଦେବାକୁ ଏଠାରେ ବସିଛି ।’ ଶୁଣନ୍ତୁ କ’ଣ କହୁଛନ୍ତି ପ୍ରମିଳା ତ୍ରିପାଠୀ…