fbpx

ନର୍ଥଇଷ୍ଟରୁ ହଟିବ AFSPA: ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବୈଠକ

ନୂଆଦିଲ୍ଳୀ: ନର୍ଥଇଷ୍ଟରେ ଲାଗୁ ହେଉଥିବା ଅଫପ୍ସା ଆଇନକୁ ପ୍ରତ୍ୟାହାର କରାଯିବ । ରବିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଏକ ବୈଠକ କରାଯିବା ପରେ ଏହି ସମ୍ଭାବନା ବଢିଛି । ଏହି ବୈଠକରେ ବିଭିନ୍ନ ଉତ୍ତର ପୂର୍ବୀୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଯୋଗ ଦେଇଥିଲେ । ନାଗାଲାଣ୍ଡର ମୋନ ଜିଲ୍ଲାରେ ଗୁଳିକାଣ୍ଡରେ ୧୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।

ଗୃହ ମନ୍ତ୍ରାଳୟର ନର୍ଥଇଷ୍ଟ ସଚିବ ଆଗକୁ ହେବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଉ ରିଓ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନାଗାଲାଣ୍ଡ ଉପ ମୁଖ୍ୟମନ୍ତ୍ରୀ ୱାଇ ପଟନ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଓ ଟିଆର ଜେଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ୧୯୫୮ରୁ ଲାଗୁ କରାଯାଇଥିବା ଏହି ଆଇନକୁ ବିରୋଧ କରାଯାଉଥିଲେ ହେଁ ଏହା ବଳବତ୍ତର ରହିଛି । ଏହି ଆଇନ ବଳରେ ସେନାକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥାଏ ।

Get real time updates directly on you device, subscribe now.