fbpx

ନିର୍ବାଚନ ଆୟୋଗ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୈଠକ: ନିର୍ବାଚନ ଘୁଞ୍ଚିବା ନେଇ ECI ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସର ମଧ୍ୟଭାଗରେ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଅପରପକ୍ଷେ ଦେଶରେ ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନିର୍ବାଚନ କମିଶନଙ୍କୁ ନିର୍ବାଚନ ଘୁଞ୍ଚାଇବା ନେଇ ପରାମର୍ଶ ଦେଇଥିଲେ । ତେବେ ଏନେଇ ଆଜି ଦେଶର ନିର୍ବାଚନ ଆୟୋଗ (ଇସିଆଇ) ଓ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।

ତେବେ ନିର୍ବାଚନ ଆୟୋଗ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସମାପ୍ତ ହୋଇଥିବା ବୈଠକରେ ଆଗାମୀ ବିଧାନସଭା ନିର୍ବାଚନ ଘୁଞ୍ଚିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ନିର୍ବାଚନ ଆୟୋଗ ସ୍ୱାସ୍ଥ୍ୟ ସଚିବଙ୍କ ଠାରୁ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଓମିକ୍ରମ ଭାରିଆଣ୍ଟର ସ୍ଥିତି ସହ ଭ୍ୟାକ୍ସିକେସନର ସବିଶେଷ ତଥ୍ୟ ନେଇଥିଲେ । ୫ଟି ରାଜ୍ୟରେ କରୋନା ଟିକାର ପ୍ରଥମ ଡୋଜ୍ ଠିକ୍ ଭାବେ ଦିଆଯାଇଥିବା ବେଳେ ୭୦ ପ୍ରତିଶତ ଲୋକ ଏହି ଟିକା ନେଇ ସାରିଛନ୍ତି । ଉତ୍ତରପ୍ରଦେଶରେ ୮୩, ପଞ୍ଜାବରେ ୭୭, ଗୋଆ ଓ ଉତ୍ତରାଖଣ୍ଡରେ ଶତ ପ୍ରତିଶତ, ମଣିପୁରରେ ୭୦ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି । ଏହି ରାଜ୍ୟମାନଙ୍କରେ ନିର୍ବାଚନୀ ଆଚରଣ ସଂହିତା ଲାଗୁ ହେବା ପରେ ନିର୍ବାଚନ ରାଲିକୁ ନେଇ ପଦକ୍ଷେପ ନିଆଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.