fbpx
BSKY
BJD MC SKY
BJD MS SKY

ଜାନୁଆରୀ ୧ରୁ CoWIN ଆପରେ ଆରମ୍ଭ ହେବ ୧୫-୧୮ ବର୍ଷର ପିଲାଙ୍କ ରେଜିଷ୍ଟ୍ରେସନ୍, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତରେ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ପିଲଶାଙ୍କ ଟିକାକରଣ ନେଇ ଘୋଷଣା କରିଥିଲେ । ଏହି ଟିକାକରଣ ଜାନୁଆରୀ ୩, ୨୦୨୨ରେ ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ କୋଭିଡ୍-୧୯ଭାଇରସ୍ ବିରୋଧରେ ପିଲାଙ୍କ ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍ ଜାନୁଆରୀ ୧ ତାରିଖରେ ଆରମ୍ଭ ହେବ । ଏନେଇ କୋୱିନ୍ ପ୍ଲାଟଫର୍ମର ମୁଖ୍ୟ ଡା. ଆରଏସ୍ ଶର୍ମାଙ୍କ କହିବା ମୁତାବକ, ୧୫-୧୮ ବର୍ଷର ପିଲା ମାନେ ଜାନୁଆରୀ ୧ ତାରିଖରୁ ରେଜିଷ୍ଟ୍ରେସନ୍ କରିପାରିବେ । ଏଥିପାଇଁ କୋୱିନ୍ ଆପ୍ ରେ ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇଛି । ଏଥିରେ କିଛି ଅପଡେଟ୍ କରାଯାଇଛି କାରଣ କିଛି ପିଲାଙ୍କ ପାଖରେ ଆଧାର କାର୍ଡ ଓ ପରିଚୟ ପତ୍ର ନଥାଇପାରେ ।

ଭାରତ ବାୟୋଟେକ୍ ଦ୍ୱାରା କୋଭାକ୍ସିନ୍ କୁ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଜାଇଡସ୍ କାଡିଲା ର ଭାକସିନ୍ ZyCoV-D କୁ ମଧ୍ୟ ପିଲାଙ୍କ ଟିକାକରଣ ପାଇଁ ଅନୁମତି ଦିଆଯାଇଛି । ଏହି ଟିକା ହେଉଛି ପ୍ରଥମ ଯାହାକୁ ପିଲାଙ୍କ ଟିକାକରଣ ପାଇଁ ମଞ୍ଜୁରୀ ଦିଆଯାଇଛି । ହେଲେ ଏହାକୁ ଭାରତରେ ଦିଆଯାଇପାରିବ ନାହିଁ । କାରଣ ଏହାକୁ ବୟସ୍କଙ୍କ ପାଇଁ ମଧ୍ୟ ମଞ୍ଜୁରୀ ଦିଆଯାଇନାହିଁ ।

Get real time updates directly on you device, subscribe now.