fbpx

ବନ୍ଦ ହେବ ସ୍କୁଲ, ସିନେମା ହଲ୍, ଅଡ୍-ଇଭେନ୍ ଫର୍ମୁଲାରେ ଖୋଲିବ ଦୋକାନ! ଆଜି ହେବ ବୈଠକ

ନୂଆଦିଲ୍ଲୀ: କୋଭିଡ୍-୧୯ର ବଢ଼ୁଥିବା ମାମଲା ଓ ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ସଙ୍କଟକୁ ଆଖି ଆଗରେ ରଖି ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକ ଦ୍ୱିପହର ୧୨ଟା ସମୟରେ ସଚିବାଳୟରେ ହେବ । ଏହି ବୈଠକରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍(ଜିଆରଏପି) ଲାଗୁ କରିବା ନେଇ ଯୋଜନା କରାଯାଇପାରେ ।

ତେବେ ଯଦି ଦିଲ୍ଲୀରେ ଜିଆରଏପି ଲାଗୁ ହୁଏ ତାହେଲେ ସ୍କୁଲ, ସିନେମା ଓ ଜିମ୍ ବନ୍ଦ ହୋଇପାରେ । ସେହିପରି ସପିଂ କମ୍ପେ୍ଲକ୍ସ ଓ ମଲ୍ ଏବଂ ଦୋକାନ ଆଦି ଅଡ୍-ଇଭେନ୍ ଫର୍ମୁଲା ଆଧାରରେ ଖୋଲିବ । ଦିଲ୍ଲୀ ସରକାର ଦେଶବ୍ୟାପୀ କୋଭିଡ୍ ର ଦ୍ୱିତୀୟ ଲହର ସମୟରେ ଜୁଲାଇ ୨୦୨୧ରେ ତୃତୀୟ ଲହର ସହ ଲଢ଼ିବା ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ କୁ ପାସ୍ କରିଥିଲେ । ଜିଆରଏପିରେ ଦିଲ୍ଲୀରେ କେବେ ଲକଡାଉନ୍, କେଉଁ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ହେବ ତାହା କୁହାଯାଇଛି ।

Get real time updates directly on you device, subscribe now.