fbpx

ନାବାଳିକାକୁ ପ୍ରେମ କରୁଥିଲେ ବିବାହିତ ପୁରୁଷ: ଗୋଟିଏ ଘରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟେ ଘରୁ ମିଳିଛି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ । ଜଣେ ବିବାହିତ ପୁରୁଷଙ୍କ ସହିତ ଜଣେ ନାବାଳିକାଙ୍କ ମୃତ ଦେହ ମିଳିଛି । ଆଉ ଏ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାୟଗଡ଼ା ସହରର ଶୁଣ୍ଢି ସାହିରେ ଜଣେ ବିବାହିତ ପୁରୁଷ ଓ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ପୁରୁଷ ରାହୁଲ କୌଶଲ୍ୟା ଓ ନାବାଳିକା ଜଣକ ୧୫ ବର୍ଷ ବୟସର ବୋଲି ଜଣାପଡିଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ। କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରେମ ଜନିତ ବ୍ୟାପାରରୁ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

ସେପଟେ ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ନାବାଳିକା ଜଣକ ଆଜି ସକାଳୁ ଟ୍ୟୁସନ ଯିବା ପାଇଁ ଘରୁ ବାହାରି ଥିଲେ। ହେଲେ ସେ ଟ୍ୟୁସନ ଯାଇନଥିଲେ। ବରଂ ସେ ରାହୁଲଙ୍କ ଘରକୁ ଆସିଥିଲେ। ଆଉ ରାହୁଲଙ୍କ ଘରେ ରହିବା ପରେ ଉଭୟେ ଆତ୍ମହତ୍ୟା କରିଥିଲେ। ଏପଟେ ରାହୁଲଙ୍କ ଘରେ କେହି ନଥିବାରୁ ଘଟଣା ଜଣାପଡିନଥିଲା। ତେବେ ନାବାଳିକାଙ୍କ ପରିବାର ଟ୍ୟୁସନ ଯାଇ ଖୋଜିବା ପରେ ରାହୁଲଙ୍କ ଘରକୁ ଆସିଥିଲେ। ସେଠାରେ ଉଭୟେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ ସାହି ଲୋକ। ପୁଲିସ ପହଞ୍ଚି ତଦନ୍ତ କରିବା ପରେ ଉଭୟଙ୍କ ଶବକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଛି। ସେଠାରେ ଶବ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।

Get real time updates directly on you device, subscribe now.