fbpx

ପୀୟୁଷ ଜୈନ୍ ନୁହନ୍ତି ଏହି ବ୍ୟକ୍ତିଙ୍କ ଘରେ ହୋଇଥିଲା ଦେଶର ବଡ IT ରେଡ୍: ମିଳିଥିଲା ୧୩ ହଜାର କୋଟି

ନୂଆଦିଲ୍ଲୀ: ଅତର ନିର୍ମାଣକାରୀ ପୀୟୁଷ ଜୈନଙ୍କ ଘରେ ଆଇଟି ରେଡରୁ ୧୯୪ କୋଟି ଟଙ୍କା ଜବତ ହୋଇଛି । ଏତେ ପରିମାଣର ଟଙ୍କା ମିଳିଥିଲା କି ଏହାକୁ ଗଣିବା ପାଇଁ ଲାଗିଥିଲା ୧୨ଟି ଟଙ୍କାଗଣା ମେସିନ୍ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହା ଦେଶର ସବୁଠାରୁ ବଡ ଆଇଟି ରେଡ୍ ନଥିଲା । ଉକ୍ତ ରେଡରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଜବତ ହୋଇଥିଲା । ଉକ୍ତ ରେଡ ସାମାନ୍ୟରେ ପୀୟୁଷ ଜୈନଙ୍କ ରେଡ୍ ଅତ୍ୟନ୍ତ ଛୋଟ ଲାଗିବ । ୨୦୧୪ରେ ଉକ୍ତ ରେଡ ମୁମ୍ବାଇରେ କରାଯାଇଥିଲା ।

ବିରାରରେ ରହିଥିବା ଠାକୁର ଗ୍ରୁପ ଉପରେ ଚଢାଉ କରାଯାଇ ପ୍ରାୟ ୧୩ ହଜାର କୋଟି ଟଙ୍କା ଜବତ କରାଯାଇଥିଲା । ମହାରାଷ୍ଟ୍ରର ପୂର୍ବତନ ବିଧାୟକ ହିତେନ୍ଦ୍ର ଠାକୁର ଏହି ଗ୍ରୁପର ମାଲିକ ରହିଥିଲେ । ଟାଡା ମାମଲାରେ ସେ ଜେଲ ମଧ୍ୟ ଯାଇ ସାରିଛନ୍ତି । ହିତେନ୍ଦ୍ରଙ୍କ ବଡଭାଇ ଜୟେନ୍ଦ୍ର ଠାକୁର ବା ଭାଇ ଠାକୁର ଦାଉଦ ଇବ୍ରାହିମର ଜଣେ ପୁରୁଣା ସହଯୋଗୀ । ସବୁଠାରୁ ଆଶ୍ଚର୍ଯ୍ୟକର ଜିନିଷ ଏହି ରେଡକୁ ନେଇ କୌଣସି ବିସ୍ତୃତ ସୂଚନା ଉପଲବ୍ଧ ନାହିଁ । ସେହିପରି ୨୦୨୧ ଆୟକର ବିଭାଗ ପକ୍ଷରୁ ଛଜଲାନୀ ଗ୍ରୁପ ଉପରେ ରେଡ କରାଯାଇ ଇନ୍ଦୋରରୁ ୨୩୦ କୋଟି ଟଙ୍କା ଜବତ କରାଯାଇଥିଲା ।

Get real time updates directly on you device, subscribe now.