fbpx

(ଭିଡ଼ିଓ) ମୁଖ୍ୟମନ୍ତ୍ରୀ କହିଲେ- ‘ବିହାରରେ କରୋନାର ତୃତୀୟ ଲହର ଆରମ୍ଭ’

ପାଟଣା : ବିହାରରେ ଲଗାତାର କରୋନା ଭାଇରସର ମାମଲା ବଢ଼ିବାରେ ଲାଗିଛି । ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ, ୪୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ୪ ଦିନର ରିପୋର୍ଟ ଦେଖିଲେ ଜଣାପଡୁଛି କି, ବିହାରରେ ଆକ୍ଟିଭ କେସ୍ ଦ୍ୱିଗୁଣ ବଢ଼ିଯାଇଛି । ଏହାରି ମଧ୍ୟରେ ବିହାରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ଆଇଏମଏର ୯୬ତମ ରାଷ୍ଟ୍ରୀୟ ଅଧିବେଶନକୁ ସମ୍ବୋଧିତ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାରଣରୁ ନୀତୀଶ ସରକାର କଟକଣା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଜନସାଧାରଣଙ୍କୁ ଏହା କବଳରୁ ରକ୍ଷା କରିବା ଲାଗି ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ।

ତେବେ ନୂତନ ବର୍ଷ ଅବସରରେ ଉତ୍ସବ ତଥା ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପାର୍କ ଏବଂ ପ୍ରାଣୀ ଉଦ୍ୟାନ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ଲୋକମାନେ ପିକନିକ୍ କିମ୍ୱା ଭୋଜିଭାତ କରିପାରିବେ ନାହିଁ । ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିହାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଶ୍ୱସ୍ତିକର ଖବର କି ବିହାରରେ ଓମିକ୍ରନର କୌଣସି ମାମଲା ରିପୋର୍ଟ ହୋଇନାହିଁ । ରାଜ୍ୟରେ ନାଇଟ୍ କର୍ଫ୍ୟୁ ବିଷୟରେ କହିଥିଲେ ଯେ ବର୍ତ୍ତମାନ ଏହାର ଆବଶ୍ୟକତା ନାହିଁ ବୋଲି ନୀତୀଶ କୁମାର କହିଥିଲେ ।

Get real time updates directly on you device, subscribe now.