fbpx

ମୋଦୀଙ୍କ ରାଲିରେ ହିଂସାର ଯୋଜନା: ୪ ଜଣ ସପା ନେତାଙ୍କୁ ଗିରଫ କଲା ୟୁପି ପୋଲିସ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ହିଂସା କାଣ୍ଡର ଯୋଜନା କରୁଥିବା ୪ ଜଣଙ୍କୁ ଗିରଫ କରାଯାଇଛି । ସମାଜବାଦୀ ପାର୍ଟିର ଏହ ୪ ଜଣ ନେତା ମୋଦୀଙ୍କ କାନପୁର ଗସ୍ତ ସମୟରେ ହିଂସାକାଣ୍ଡ କରିବାର ଯୋଜନା କରୁଥିଲେ । ଭଙ୍ଗାରୁଜା ଓ ମାଡପିଟର ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ପଣ୍ଡ କରି ଦେଇଛି ୟୁପି ପୋଲିସ । ଗିରଫ ବ୍ୟକ୍ତିଙ୍କ ନାମ ସୁକାନ୍ତ ଶର୍ମା, ସଚିନ କେଶରବାନି, ଅଭିଷେକ ରାୱତ ଓ ନିକେଶ କୁମାର ବୋଲି ଉତ୍ତରପ୍ରଦେଶ ପୋଲିସ ମୁଖ୍ୟ ଆନନ୍ଦ ପ୍ରକାଶ ତିୱାରୀ ଏହି ଘଟଣା ସ୍ପଷ୍ଟ କରିଛନ୍ତି । ଏହି ବ୍ୟକ୍ତି ମାନେ ଦୁଇ ଦିନ ପୂର୍ବରୁ ପ୍ରଧାନ ମନ୍ତ୍ରୀଙ୍କ ଗସ୍ତ ସମୟରେ ଭଙ୍ଗାରୁଜା କରିବା ସହିତ ନିଆଁ ମଧ୍ୟ ଲଗାଇଥିଲେ ।
ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରୁ ପୋଲିସ ୮ ଜଣଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା । ଚିହ୍ନଟ ୮ ମଧ୍ୟରୁ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୪ ଜଣ ଫେରାର ଅଛନ୍ତି । ଏହି ସମାଜବାଦୀ କର୍ମୀ ମାନେ ନିଜ ଗାଡିରେ ମୋଦୀଙ୍କ ପୋଷ୍ଟର ଲଗାଇ ବୁଲି ବୁଲି ଭଙ୍ଗାରୁଜା କରିଥିଲେ । ତେବେ ନିଆଁ ଲଗାଇବା ସମୟର ଭିଡିଓ ରେକର୍ଡ ହୋଇଥିବା ବେଳେ ଉକ୍ତ ଭିଡିଓ ଆଧାରରେ ସମସ୍ତଙ୍କୁ ଚିହ୍ନଟ କରାଯାଇଥିଲା ।

Get real time updates directly on you device, subscribe now.