fbpx

୨୫ ଟଙ୍କା କମିଲା ପେଟ୍ରୋଲ ରେଟ୍, କିନ୍ତୁ ଏପରି ସର୍ତ୍ତ ରଖିଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି: ଦିନକୁ ଦିନ ଦରଦାମ୍ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପେଟ୍ରୋଲ ଦରରେ ବଡ଼ ହ୍ରାସ କରିଛନ୍ତି ଝାଡ଼ଖଣ୍ଡ ସରକାର । ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ହ୍ରାସ ହୋଇଥିବା ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନି । କିନ୍ତୁ କେବଳ ବିପିଏଲ କାର୍ଡଧାରୀଙ୍କୁ ୨୫ ଟଙ୍କା କମରେ ପେଟ୍ରୋଲ ମିଳିବ ବୋଲି କୁହାଯାଇଛି । ଏହା ବ୍ୟତିତ କେବଳ ୨ ଚକିଆ ଯାନ ପାଇଁ ପେଟ୍ରୋଲ ଦର ହ୍ରାସ ହୋଇଛି । ୨୦୨୨ ଜାନୁଆରୀ ୨୬ରୁ ନୂଆ ଦର ଲାଗୁ ହେବ ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘୋଷଣା କରିଛନ୍ତି । ପେଟ୍ରୋଲ ଦରବୃଦ୍ଧିରେ ଗରିବ ଓ ମଧ୍ୟବିତ୍ତ ଅଧିକ ପ୍ରଭାବିତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ପେଟ୍ରୋଲ ଡିଲର୍ସ ଆସୋସିଏସନ ମଧ୍ୟ ପେଟ୍ରୋଲ, ଡିଜେଲ ଉପରେ ଭାଟ୍ ହାର ହ୍ରାସ କରିବାକୁ ଲଗାତାର ଦାବି କରି ଆସୁଥିଲେ । ପେଟ୍ରୋଲ ଉପରେ ୫ ପ୍ରତିଶତ ଭାଟ୍ ହ୍ରାସ କରିବାକୁ ସରକାରଙ୍କ ନିକଟରେ ଦାବି କରୁଥିଲା ଆସୋସିଏସନ । ତାଙ୍କ କହିବା ମୁତାବକ, ସରକାର ଭାଟ ଦର ୨୨%ର ହ୍ରାସ କରି ୧୭% କରିଲେ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିବ । ଆସୋସିଏସନର କହିବା ମୁତାବକ ଝାଡ଼ଖଣ୍ଡର ପଡ଼ୋଶୀ ରାଜ୍ୟ ଯଥା-ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାରେ ଡିଜେଲ ଦର କମ୍ ରହିଛି ।

Get real time updates directly on you device, subscribe now.