fbpx

ଦେଶରୁ ୨୪ ଘଣ୍ଟାରେ ବାହାରିଲେ ୨୨,୭୭୫ ପଜିଟିଭ୍, ଓମିକ୍ରନ ମାମଲା ୧୪୩୧କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨,୭୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଦେଶରେ ୪୦୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୧ ହଜାର ୪୮୬କୁ ବୃଦ୍ଧି ପାଇଛି । ଦେଶରେ ଆକ୍ଟିଭ୍ କେସ୍ ୧ ଲକ୍ଷ ୪ ହଜାର ୭୮୧ ଜଣ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ,୪୨,୭୫,୩୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।

ଅନ୍ୟପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୪୩୧କୁ ବୃଦ୍ଧି ପାଇଛି । ୧୪୩୧ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୮ ଜଣ ସୁଦ୍ଧ ହୋଇଛନ୍ତି । ମହାରାଷ୍ଟ୍ରରୁ ସର୍ବାଧିକ ୪୫୪, ଦିଲ୍ଲୀରୁ ୩୫୧ତାମିଲନାଡୁରୁ ୧୧୮, ଗୁଜରାଟରୁ ୧୧୫, କେରଳରୁ ୧୦୯ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଛି ଓମିକ୍ରନ ।

Get real time updates directly on you device, subscribe now.