fbpx

ମହାରାଷ୍ଟ୍ରରେ ଭୟଙ୍କର ପରିସ୍ଥିତି: ୧୦ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କରୋନା ପଜିଟିଭ୍

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଯୋଗୁଁ ପରିସ୍ଥିତି ଅଧିକ ଭୟଙ୍କର ହେବାରେ ଲାଗିଲାଣି । ବହୁ ସଂଖ୍ୟାରେ ମନ୍ତ୍ରୀ ଓ ବିଧାୟକମାନେ କରୋନା ପଜିଟିଭ୍ ହୋଇଥିବା ନେଇ ଶନିବାର ଦିନ ସୂଚନା ଦେଇଛନ୍ତି ଡେପୁଟି ସିଏମ୍ ଅଜିତ୍ ପାୱାର । ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କରୋନା ପଜିଟିଭ୍ ହୋଇଛନ୍ତି । ଯଦି ରାଜ୍ୟରେ କରୋନା ସଂଖ୍ୟା ଏପରି ବଢ଼ିଚାଲେ, ତେବେ ସରକାରଙ୍କୁ ପ୍ରତିବନ୍ଧକ ଲଗାଇବାକୁ ପଡିବ ।

ତେବେ ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୮,୦୬୭ ନୂଆ କୋଭିଡ ମାମଲା ସାମ୍ନାକୁ ଆସିଥିଲା, ଯାହାକି ପୂର୍ବଦିନ ତୁଳନାରେ ୫୦% ଅଧିକ । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି । ଏହା ସହିତ ରାଜ୍ୟରେ ୪ ନୂଆ ଓମିକ୍ରନ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୪୩୧କୁ ବୃଦ୍ଧି ପାଇଥିବା ବେଳେ ମହାରାଷ୍ଟ୍ରରୁ ସର୍ବାଧିକ ୪୫୪, ମାମଲା ଚିହ୍ନଟ ହୋଇଛି ।

Get real time updates directly on you device, subscribe now.