ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି ।
Covid-19 Report For 31st December
New Positive Cases: 298
Of which 0-18 years: 33
In quarantine: 176
Local contacts: 122(Details of local contacts will be shared by concerned District)
1. Balasore: 8
2. Bargarh: 4
3. Bhadrak: 2
4. Balangir: 1
5. Cuttack: 35
6. Deogarh: 1— I & PR Department, Odisha (@IPR_Odisha) January 1, 2022
ଆଜି ୨୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୨୨ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୩୩ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୧୩୨ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୮୦୩ ରହିଥିବା ବେଳେ ୧ ହଜାର ୮୧୪ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
New recoveries: 209
Cumulative tested: 25584629
Positive: 1055132
Recovered: 1044803
Active cases: 1814— I & PR Department, Odisha (@IPR_Odisha) January 1, 2022