fbpx
BJD SKY
BJD SKY

ଦେଇପାରୁନାହାନ୍ତି କି କ୍ରେଡିଟ୍ କାର୍ଡ ବିଲ୍? ନ ଡ଼ରି ଜାଣନ୍ତୁ କଣ ରହିଛି ଆପଣଙ୍କ ଅଧିକାର….

BJD

ନୂଆଦିଲ୍ଲୀ : ସପିଂ ଠାରୁ ଆରମ୍ଭ କରି ଇ-ବାଣିଜ୍ୟ ପର୍ୟ୍ୟନ୍ତ ସବୁକିଛି ପାଇଁ କ୍ରେଡିଟ୍ କାର୍ଡ ସମଗ୍ର ବିଶ୍ୱରେ ବହୁଳ ଭାବରେ ବ୍ୟବହୃତ ହେଉଛି । ତେବେ କ୍ରେଡିଟ୍ କାର୍ଡର ଅନେକ ଲାଭ ଅଛି, ଯେପରିକି ଆପଣ ବଜେଟ୍ ଓ ଲିମିଟ୍ ଅନୁସାରେ ସପିଂ କରିପାରିବେ । ଆହୁରି ମଧ୍ୟ, କ୍ରେଡିଟ୍ କାର୍ଡ ଆପଣଙ୍କୁ ଟଙ୍କା ନଥିବା ସତ୍ତ୍ୱେ ସପିଂ କରିବାର ସ୍ୱାଧୀନତା ଦେଇଥାଏ । ଏହାର ଅନେକ ଲାଭ ଅଛି, ଯାହା ବିଷୟରେ ଆପଣ ମାନେ ଜାଣିଛନ୍ତି ।

ଅନ୍ୟ ପଟେ, କ୍ରେଡିଟ୍ କାର୍ଡରେ ମଧ୍ୟ ଅନେକ କ୍ଷତି ବି ରହିଛି । ଯେପରିକି ଯଦି ଆପଣ ନିଜ ବିଲ୍ ଠିକ୍ ସମୟରେ ଭରିବାକୁ ସକ୍ଷମ ହୋଇପାରନ୍ତି ନାହିଁ ତାହେଲେ ଆପଣଙ୍କୁ ଜୋରିମାନା ଦେବାକୁ ପଡ଼େ । ଏପରି ପରିସ୍ଥିତିରେ, ଆପଣଙ୍କର ସିଭିଲ୍ ସ୍କୋର ମଧ୍ୟ କମିଯାଏ । ତେଣୁ ଲୋକମାନେ ଏହିସବୁ ସମସ୍ୟାକୁ ନେଇ ଚିନ୍ତିତ ହୋଇପଡ଼ନ୍ତି । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଆଉ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏ କ୍ଷେତ୍ରରେ ଆପଣ ନିଜର ଅଧିକାର ସମ୍ପର୍କରେ ଜାଣିବା ଜରୁରୀ ।

ପ୍ରଥମେ କଥା ହେଲା ଯଦି ଆପଣ ଋଣ ଦେଇପାରୁନାହାନ୍ତି ତାହେଲେ ଆପଣ ସର୍ବପ୍ରଥମେ ନିଜର ମିନିମମ୍ ଡ୍ୟୁ କୁ ଦେବା ଦରକାର । ଆଉ ତାକୁ ବି ଯଦି ଦେଇପାରୁନାହାନ୍ତି ତେବେ ଆପଣ କଷ୍ଟମର୍ କେୟାର୍ ସହିତ କଥା ହୁଅନ୍ତୁ ସେଠାରେ ଆପଣଙ୍କୁ ଅନେକ ଅପସନ୍ ମିଳିପାରିବ । ସେହିପରି ଆପଣ ଯଦି କରଜ ଦେଇପାରୁନାହାନ୍ତି ତାହେଲେ ବ୍ୟାଙ୍କ କର୍ମଚାରୀଙ୍କ ର ଅଧିକାର ନାହିଁ ଯେ, ସେମାନେ ଆପଣଙ୍କ ସହିତ ଦୁର୍ବବ୍ୟହାର କରିବେ । ଖାଲି ସେତିକି ନୁହେଁ ଋଣ ନେବାପାଇଁ ରାତି ସମୟରେ ସେମାନେ ଆପଣଙ୍କ ଘରକୁ ଆସିପାରିବେ ନାହିଁ । ଲୋନ୍ ନଦେବା ସ୍ଥିତିରେ ବ୍ୟାଙ୍କ ଆପଣଙ୍କର ସମ୍ପତ୍ତିକୁ ନିଲାମ କରି ବକେୟା ରାଶି ନେଇପାରିବେ । ଏନେଇ ଆପଣ ସଜାଗ ରହିବା ଜରୁରୀ ।

 

Get real time updates directly on you device, subscribe now.