fbpx

ନୂଆ ବର୍ଷରେ ବଡ଼ ଉପହାର: ୧୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର

ନୂଆଦିଲ୍ଲୀ: ନୂଆବର୍ଷରେ ଇଣ୍ଡିଆନ୍ ଅଏଲ ଲୋକମାନଙ୍କ ବଡ଼ ଉପହାର ଦେଇଛି । ଆଜିଠାରୁ ରନ୍ଧନ ଗ୍ୟାସ୍ ସିଲିଣ୍ଡର ୧୦୦ ଟଙ୍କା ଶସ୍ତା ହୋଇଛି । କର୍ମସିଆଲ ଇଣ୍ଡିଆନ୍ ଅଏଲ ମୂଲ୍ୟରେ ୧୦୦ ଟଙ୍କା ହ୍ରାସ କରିଛି ଇଣ୍ଡିଆନ୍ ଅଏଲ । କିନ୍ତୁ ଏହି ଦାମ୍ ଘରୋଇ ଏଲପିଜି ସିଲିଣ୍ଡର ଦାମରେ ଲାଗୁ ହେବନାହିଁ । ଘରୋଇ ଏଲପିଜି ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହେବନାହିଁ ।

ଡିସେମ୍ବର ମାସରେ କର୍ମସିଆଲ ଏଲପିଜି ସିଲଣ୍ଡର ଦାମ ବଢ଼ାଯାଇଥିଲା । ଡିସେମ୍ବରରେ ଏହାର ଦାମ୍ ୧୦୦ ଟଙ୍କା ବଢ଼ିଥିଲା । କିନ୍ତୁ ସେହି ସମୟରେ ଘରୋଇ ଏଲପିଜି ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ କରାଯାଇନଥିଲା । କର୍ମସିଆଲ ଗ୍ୟାସ ସିଲିଣ୍ଡରରେ ହ୍ରାସ ଯୋଗୁଁ ରେଷ୍ଟୁରାଣ୍ଟ ମାଲିକଙ୍କୁ ଆଶ୍ୱସ୍ତି ମିଳିଛି ।

ତେବେ ୧୦୦ ଟଙ୍କା ହ୍ରାସ ପରେ ଦିଲ୍ଲୀରେ ୧୯ କିଗ୍ରା କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ୍ ୨୦୦୧ ଟଙ୍କା ହୋଇଛି । ସେହିପରି କୋଲକତାରେ ଏହାର ଦାମ୍ ୨୦୭୭ ଟଙ୍କା ରହିଛି । ମୁମ୍ବାଇରେ ୧୯ କିଗ୍ରା କର୍ମସିଆଲ ସିଲିଣ୍ଡର ଦାମ୍ ୧୯୫୧ ଟଙ୍କା ରହିଛି ।

ଅନ୍ୟପଟେ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଗ୍ରା ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୮୯୯.୫୦ ରହିଛି । କଲିକତାରେ ଏହାର ଦାମ୍ ୯୨୬ ଟଙ୍କ ଥିବା ବେଳେ ଚେନ୍ନାଇରେ ୯୧୫.୫୦ ଟଙ୍କା ରହିଛି । ଆପଣଙ୍କ ସହରର ନୂଆ ଗ୍ୟାସ ସିଲିଣ୍ଡର ମୂଲ୍ୟ ଜାଣିବାକୁ ଚାହୁଁଥିଲେ ଆଇଓସିଏଲର ୱେବସାଇଟ୍ (cx.indianoil.in/webcenter/portal/Customer/pages_productprice)କୁ ଯାଆନ୍ତୁ ।

Get real time updates directly on you device, subscribe now.