fbpx

ତୋ ସହ ମୁଁ ଥରେ ରିଲେସନ ରଖିବାକୁ ଚାହୁଁଛି: ବ୍ଲାକମେଲ ପରେ ପ୍ରେମିକ ସହ ନାବାଳିକା ପ୍ରେମିକାର ଆତ୍ମହତ୍ୟା, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତୋ ସହ ଥରେ ରିଲେସନ ରଖିବାକୁ ଚାହୁଁଛି । ହଁ କି ନାଁ କହ, ୟେସ ଅର୍ ନୋ? କିନ୍ତୁ ମୁଁ ସେୟା ଚାହୁଁଛି ସେତେବେଳ ଠୁ.. ତୁ ମତେ ଯେତେ ତଡ଼ପେଇଛୁ ଆଉ କନ୍ଦେଇଛୁ । ହ୍ୱାଟସଆପରେ କିଛି ଏମିତି ମେସେଜ ଆସିଛି ପିଣ୍ଟୁ ଭାଇ ଲେଖା ଥିବା ଏକ ନମ୍ବରରୁ । ଆଉ ତାପରେ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳ । ଆଉ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଦଶରଥପୁର ଧୁଦୁରାନ୍ତ ପଞ୍ଚାୟତ ଗଣନତି ପାଟଣା ଗାଁରେ । ଗାଁର ଶତୃଘ୍ନ ଦାସଙ୍କ ଅଠର ବର୍ଷର ପୁଅ ପ୍ରତାପ ପ୍ରେମ କରୁଥିଲେ ସେହି ଗାଁ ର ଜଣେ ନାବାଳିକାଙ୍କୁ । ବିଗତ ଦୁଇ ବର୍ଷରୁ ପରସ୍ପର ପ୍ରେମ କରୁଥିଲେ । ହେଲେ ଏକଥା ଜାଣିଥିଲେ ଗାଁ ର ପ୍ରଦୀପ ଦାଶ ଓର୍ଫ ପିଣ୍ଟୁ । ଆଉ ସେ ହିଁ ଉଭୟଙ୍କୁ ବ୍ଳାକ ମେଲ କରୁଥିଲେ ବୋଲି ପ୍ରତାପଙ୍କ ପରିବାର ଲୋକ କହିଛନ୍ତି ।

ଏମିତିକି ନାବାଳିକାଙ୍କ ସହ ଦୈହିକ ସମ୍ପର୍କ ରଖିବାକୁ ବାଧ୍ୟ କରି ପିଣ୍ଟୁ ମେସେଜ କରୁଥିଲେ । ଆଉ ସେ ରାଜି ନହେଲେ ସେମାନଙ୍କ ପ୍ରେମ ସମ୍ପର୍କ କଥା ସମସ୍ତଙ୍କୁ କହିଦେବେ ବୋଲି ମଧ୍ୟ ଧମକ ଦେଉଥିଲେ । ଆପଣ ଦେଖୁଥିବା ଏ ମେସେଜ ହେଉଛି ସେହି ମେସେଜ ଯାହା ପିଣ୍ଟୁ ନାବାଳିକାଙ୍କୁ କରୁଥିଲେ । ତେଣୁ ଉଭୟ ମରିବାର ପନ୍ଥା ବାଛି ନେଲେ । ଆଉ ମୃତ୍ୟୁ ପୂର୍ବରୁ ଏହି ଅଡ଼ିଓରେ ଉଭୟ ପ୍ରେମୀ ରେକର୍ଡ଼ କରିଛନ୍ତି । ମରିବାର ଏକ ମାତ୍ର କାରଣ ପିଣ୍ଟୁ ବୋଲି କହିବା ସାଙ୍ଗକୁ ପ୍ରେମୀ ଯୁଗଳଙ୍କ ସହ ଯାହା ହେଲା ଆଉ କାହା ସହ ନହେଉ ବୋଲି ମଧ୍ୟ ସେମାନେ ପ୍ରାର୍ଥନା କରିଛନ୍ତି । ତେବେ ଏ ମେସେଜ ଆଉ ଅଡ଼ିଓ ରେକର୍ଡ଼ିଂ ପିଣ୍ଟୁ ବିରୋଧରେ ଥିବା ବେଳେ ଏପଟେ ମା ଆଖିରୁ ଲୁହ ଶୁଖୁନି । ତେଣୁ ଆଗକୁ ଏ ଦିଗରେ କଣ ତଦନ୍ତ ହେଉଛି ଦେଖିବା ବାକି ରହିଲା ।

Get real time updates directly on you device, subscribe now.