fbpx

ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦ.ଆଫ୍ରିକା ଦଳ ଘୋଷିତ

ନୂଆଦିଲ୍ଲୀ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ପାଇଁ ଘରୋଇ ଦକ୍ଷି ଆଫ୍ରିକା ୧୭ ଜଣିଆ ଦଳ ଘୋଷଣା କରିଛି। ଯୁବ ଦ୍ରୁତ ବୋଲର ମାର୍କୋ ଜନସନଙ୍କୁ ଦିନିକିଆ ଦଳରେ ସୁଯୋଗ ଦିଆଯାଇଛି। ଜନସେନ ଏ ପର୍ଯ୍ୟନ୍ତ ଦିନିକିଆ ଅନ୍ତର୍ଜାତୀୟରେ ପଦାର୍ପଣ କରି ନାହାନ୍ତି। ସେଞ୍ଚୁରିଆନ ଟେଷ୍ଟରେ ସେ ପଦାର୍ପଣ କରିଥିଲେ। ଆଫ୍ରିକା କ୍ରିକେଟ୍ ବୋର୍ଡ ତେମ୍ବା ବାଭୁମାଙ୍କୁ ପୁନର୍ବାର ଅଧିନାୟକ ଦାୟିତ୍ଵ ପ୍ରଦାନ କରିଛି। ବୋର୍ଡ ୧୭ ଜଣିଆ ଦଳ ଘୋଷଣା କରିଛି। କେଶବ ମହାରାଜଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି।
ସେଞ୍ଚୁରିଆନ ଟେଷ୍ଟରେ ଭାରତ ହାତରୁ ପରାଜୟ ପରେ ଅପ୍ରତ୍ୟାଶିତ ଭାବେ ଟେଷ୍ଟରୁ ଅବସର ନେଇଥିବା କ୍ଵିଣ୍ଟନ ଡିକକ୍ଙ୍କୁ ଦିନିକିଆ ଦଳରେ ସାମିଲ୍ କରାଯାଇଛି। ଟେଷ୍ଟରୁ ଅବସର ପରେ ଏହା ତାଙ୍କର ପ୍ରଥମ ଦିନିକିଆ ସିରିଜ୍ ହେବାକୁ ଯାଉଛି। ତାଙ୍କ ବ୍ୟତୀତ ଓ୍ଵାଏନା ପାର୍ନେଲ୍, ସିସାନ୍ଦା ମଗଲା ଓ ଜୁବେର ହଜମାଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ଘଟିଛି। ଡ୍ଵେନ ପ୍ରିଟୋରିୟସଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ଘଟିଛି। ଓ୍ଵେନ ପାର୍ନେଲ୍ ଓ ଜୁବେର ହଜମା ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ଜାନୁଆରୀ ୧୯ରୁ ଆରମ୍ଭ ହେବ। ଦ୍ଵିତୀୟ ଦିନିକିଆ ଜାନୁଆରୀ ୨୧ ଓ ତୃତୀୟ ଜାନୁଆରୀ ୨୩ରେ ଖେଳାଯିବ।
ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ
ତେମ୍ବା ବାଭୁମା(ଅଧିନାୟକ), କେଶବ ମହାରାଜ(ଉପ ଅଧିନାୟକ), କ୍ଵିଣ୍ଟନ ଡିକକ୍, ଜୁବେନ ହଜମା, ମାର୍କୋ ଜନସନ, ଜାନେମନ ମଲାନ, ସିସାନ୍ଦା ମଗାଲା, ଆଡେନ ମାର୍କରନ, ଡେଭିଡ୍ ମିଲର, ଲୁଙ୍ଗି ଏନଗିଡି, ଓ୍ଵାନ ମାର୍ନେଲ୍, ଆନ୍ଦିଲୋ ଫେହଲୁଓ୍ଵାୟୋ, ଡ୍ଵେନ ପ୍ରିଟୋରିୟସ, କାଗିସୋ ରାବଡା, ତବରେଜ୍ ସମ୍ସି, ରଶି ଭାନ ଡାର ଡୁସେନ ଓ କାଇଲେ ଓ୍ଵେରେୟନେ।

Get real time updates directly on you device, subscribe now.