fbpx

ବିଚରେ ହଟ୍ ଅନ୍ଦାଜରେ ମୌନୀ ରୟ: ବିକିନି ଫଟୋକୁ ନେଇ ଏମିତି ପ୍ରତିକ୍ରିୟା ରଖିଲେ ଫ୍ୟାନ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୌନୀ ରୟ ପୁଣି ଥରେ ନିଜର ହଟ୍ ଲୁକ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି । ମୌନୀ ସମୁଦ୍ର କୂଳରେ ନିଜର ବିକିନି ପିନ୍ଧା ଫଟୋ ଶେୟାର କରିଥିବା ବେଳେ ଏହାକୁ ବେଶ ପସନ୍ଦ କରିଛନ୍ତି ଫ୍ୟାନ ମାନେ । ଶେଷ ଥର ପାଇଁ ସେପ୍ଟେମ୍ବର ୨୦୨୦ରେ ମୌନୀଙ୍କ ଫିଲ୍ମ ଲଣ୍ଡନ କନଫିଡେନ୍ସିଆଲ ରିଲିଜ ହୋଇଥିଲା । ତେବେ ଇନଷ୍ଟାଗ୍ରାମରେ ମୌନୀ ବେଶ ଆକ୍ଟିଭ୍ । ମୌନୀ ନିଜର ଏହି ଫଟୋ ଇନଷ୍ଟାରେ ଶେୟାର କରିବା ପରେ ଏହାକୁ ନେଇ ଢେର ସାରା ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବର୍ତ୍ତମାନ ମୌନୀଙ୍କ ହାତରେ କୌଣସି ଫିଲ୍ମ ନଥିବା ବେଳେ ବ୍ରହ୍ମାସ୍ତ୍ରର ରିଲିଜକୁ ସେ ଅପେକ୍ଷା କରିଛନ୍ତି । ୨୦୨୨ରେ ରିଲିଜ ହେବାକୁ ଥିବା ବ୍ରହ୍ମାସ୍ତ୍ରରେ ମୌନୀ ନକରାତ୍ମକ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ ଓ ଅମିତାଭ ବଚ୍ଚନ ମଧ୍ୟ ରହିଛନ୍ତି ।

Get real time updates directly on you device, subscribe now.