fbpx

ଦ୍ୱିତୀୟ ଟେଷ୍ଟ: ୱାଣ୍ଡରର୍ସରେ ଭାରତର ପ୍ରଥମେ ବ୍ୟାଟିଂ, ଅଧିନାୟକ ହେଲେ ରାହୁଲ

ନୂଆଦିଲ୍ଲୀ: ଟେଷ୍ଟ ଅଧିନାୟକ ବିରାଟ କୋହଲି ଆହତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ନେତୃତ୍ୱ ନେଇଛନ୍ତି କେ ଏଲ୍ ରାହୁଲ । ପୂର୍ବରୁ ଦିନିକିଆ ସିରିଜ ପାଇଁ ଅଧିନାୟକ ଭାବେ ରାହୁଲଙ୍କ ନାମ ଘୋଷଣା କରାଯାଇଛି । ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଅଣ୍ଟା ଯନ୍ତ୍ରଣା କାରଣରୁ କୋହଲି ବାଦ ପଡିଥିଲେ । ଏପରି ସ୍ଥିତିକରେ ରାହୁଲ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି ।

ୱାଣ୍ଡରର୍ସରେ ଖେଳା ଯାଉଥିବା ଏହି ମୁକାବିଲାରେ ଭାରତର ପଲ୍ଲା ଭାରି ରହିଛି । ଏହି ପିଚରେ ଭାରତ ପୂର୍ବରୁ ବିଜୟୀ ହୋଇ ସାରିଥିବା ବେଳେ ପ୍ରଥମ ମ୍ୟାଚ ଜିତି ଦଳ ଆତ୍ମବିଶ୍ୱାସର ସହିତ ପଡିଆକୁ ଓହ୍ଳାଇବ । କୋହଲିଙ୍କ ସ୍ଥାନରେ ହନୁମା ବିହାରୀ ଦଳକୁ ଫେରିଛନ୍ତି । ବ୍ରିସବେନରେ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳି ଦଳକୁ ପରାଜୟରୁ ବଞ୍ଚାଇଥିବା ବିହାରୀ ଏହି ମ୍ୟାଚରେ ଦଳକୁ ଫେରିଛନ୍ତି । ସାଉଥ ଆଫ୍ରିକା ଅଧିନାୟକ ଡିନ ଏଲଗାର ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଦ୍ୱିତୀୟ ଭାରତୀୟ ଖେଳାଳି ଭାବରେ ସୀମିତ ଓଭର ପୂର୍ବରୁ ଟେଷ୍ଟରେ ଅଧିନାୟକ ହେବାର ସୌଭାଗ୍ୟକ ହାସଲ କରିଛନ୍ତି ରାହୁଲ । ୧୯୯୦ରେ ମହମ୍ମଦ ଆଝାରୁଦ୍ଦିନ ପ୍ରଥମ ଖେଳାଳି ଭାବରେ ଏହି କୃତିତ୍ୱ ହାସଲ କରିଥିଲେ ।

Get real time updates directly on you device, subscribe now.