fbpx

ଓଡ଼ିଶାର ଏହି ସ୍ଥାନରେ ୨ ଦିନ ବନ୍ଦ ରହିବ SBIର ମୁଖ୍ୟ ବ୍ରାଞ୍ଚ, ଜାଣନ୍ତୁ କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପୁଣିଥରେ ତୀବ୍ର ହେବାରେ ଲାଗିଛି । ଏଥିରେ ନେତା, ମନ୍ତ୍ରୀଙ୍କ ସମେତ ବହୁ ସାଧାରଣ ଲୋକେ ସଂକ୍ରମିତ ହେଉଛନ୍ତି । ରାଜ୍ୟର ଅନେକ ସ୍କୁଲ, କଲେଜରେ ବି କରୋନା ମାଡ଼ିବାରେ ଲାଗିଛି । ଏହାରି ମଧ୍ୟରେ ନବରଙ୍ଗପୁର ଏସବିଆଇ ମୁଖ୍ୟ ଶାଖାରେ ୨ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଆଜି ଓ ଆସନ୍ତାକାଲି ବ୍ୟାଙ୍କ କାର୍ଯ୍ୟାଳୟ ବନ୍ଦ ରହିବ । ବ୍ୟାଙ୍କ ବନ୍ଦ ନେଇ ପ୍ରବନ୍ଧକ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ କରୋନା ସାଙ୍ଗୁ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । ଗତକାଲି ଏକାସାଙ୍ଗରେ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.