fbpx

ଯବାନଙ୍କ ଝିଅକୁ ଚାପୁଡ଼ା ମାରିବା ଟିଚରଙ୍କୁ ପଡ଼ିଲା ମହଙ୍ଗା, ଗୁଳିରେ କମ୍ପି ଉଠିଲା ସ୍କୁଲ

ରାଜସ୍ଥାନ: ରାଜସ୍ଥାନ ଭରତପୁର ଜିଲ୍ଲାର ଏକ ସ୍କୁଲରେ ସୈନିକଙ୍କ ଗୁଳିବର୍ଷା । ଝିଅକୁ ଶିକ୍ଷକ ଚାପୁଡ଼ା ମାରିଥିବା କାରଣରୁ ସେ ସ୍କୁଲରେ ଗୁଳିମାଡ଼ କରିଥିଲେ, ଯେଉଁଥିରେ ଜଣେ ମହିଳା ଆହତ ହୋଇଛନ୍ତି । ଏହି ଘଟଣା କନୱାଡା ଗାଁରେ ହୋଇଥିବା ପୋଲିସ କହିଛି ।

ପୋଲିସର କହିବା ମୁତାବକ, ସ୍କୁଲରେ ଗୁଳିବର୍ଷା କରିଥିବା ଯବାନଙ୍କ ନାଁ ହେଉଛି ପପ୍ପୁ ଗୁର୍ଜର । ସ୍କୁଲରେ ପପୁଙ୍କ ଝିଅ ହୋମ୍ ୱାର୍କ କରିନଥିବାରୁ ଶିକ୍ଷକ ତାଙ୍କପୁ ଚାପୁଡ଼ା ମାରିଥିଲେ । ଝିଅକୁ ଚାପୁଡ଼ା ମରାଯାଇଥିବା ଜାଣିବା ପରେ ପପୁ ରାଗିଯାଇ ସ୍କୁଲର ନିର୍ଦ୍ଦେଶକଙ୍କୁ ଭେଟିବାକୁ ଯାଇଥିଲେ ।

ହୋମୱାର୍କ କରିଥିବାରୁ ଶିକ୍ଷକ ତାଙ୍କୁ ଚାପୁଡ଼ା ମାରିଥିବା ନେଇ ପ୍ରାୟ ୨୦ ଦିନ ପୂର୍ବରୁ ପପୁଙ୍କ ଝିଅ ନିଜ ପିତାଙ୍କ ନିକଟରେ ଅଭିଯୋଗ କରିଥିଲେ । ଯବାନ ଛୁଟିରେ ଘରକୁ ଆସିଥିବା ବେଳେ ସେ ସ୍କୁଲର ନିର୍ଦ୍ଦେଶକଙ୍କୁ ଭେଟିବାକୁ ଯାଇଥିଲେ । ସ୍କୁଲକୁ ସେ ନିଜର ଲାଇସେନ୍ସପ୍ରାପ୍ତ ବନ୍ଧୁକ ନେଇ ଯାଇଥିଲେ ।

ସ୍କୁଲ ନିର୍ଦ୍ଦେଶକଙ୍କ ସହ ପାଟିତୁଣ୍ଡ ଭିତରେ ପପୁ ତାଙ୍କ ଉପରକୁ ବନ୍ଧୁକ ଚଳାଇଥିଲେ । ଏହି ସମୟରେ ନିଜ ସ୍ୱାମୀଙ୍କୁ ରକ୍ଷା କରିବାକୁ ଧାଇଁ ଆସିବାରୁ ନିର୍ଦ୍ଦେଶକଙ୍କ ପତ୍ନୀଙ୍କ ହାତରେ ଗୁଳି ବାଜିଥିଲା । ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ଗୁଳିମାଡ଼ ପରେ ଯବାନ ଜଣକ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଏବେ ଯବାନ ପପୁଙ୍କୁ ଖୋଜିବାରେ ଲାଗିପଡିଛି ପୋଲିସ ।

Get real time updates directly on you device, subscribe now.