fbpx

(ଭିଡ଼ିଓ) କୋର୍ଟଙ୍କ ରାୟ ପରେ ବି ତପସ୍ୱିନୀଙ୍କୁ ମିଳିବନି ବେଡ଼ରୁମ୍! ଦେଖନ୍ତୁ କ’ଣ କହିଲେ ଶ୍ୱଶୁର

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ମାମଲାରେ କୋର୍ଟଙ୍କ ରାୟ ପରେ ବି ତୁଟୁନି ବିବାଦ । ଏବେ ରହିବା ଘରକୁ ନେଇ ପୁଣି ଚାଲିଛି ସଂଘର୍ଷ । ୨ ମହଲା ଘର ମଧ୍ୟରୁ ତଳ ଘରେ ରହିବାକୁ ଚାହୁଁଛନ୍ତି ତପସ୍ୱିନୀ । ସେ ନିଜ ସ୍ୱାମୀଙ୍କ ସହ ତାଙ୍କ ବେଡ଼ରୁମରେ ରହିବାକୁ ଚାହୁଁଛନ୍ତି । କିନ୍ତୁ କୋର୍ଟ ବେଡରୁମରେ ରହିବା ପାଇଁ ସେପରି କିଛି ନିର୍ଦ୍ଦେଶ ଦେଇ ନାହାନ୍ତି ବୋଲି ଡାକ୍ତର ସୁମିତଙ୍କ ପିତା କହିଛନ୍ତି ।

ସେ କହିଛନ୍ତି ଯେ, ପ୍ରୋଟେକ୍ସନ ଅଫିସରଙ୍କୁ ମୁଁ ଘର ଦେଖେଇ ଦେଇଛି। ସେମାନେ ଘରକୁ ପୂରା ଭଲରେ ଦେଖିଲେ। ଜିଲ୍ଲା କୋର୍ଟଙ୍କ ରାୟକୁ ଆମେ ସମ୍ମାନ ଦେଉଛୁ କିନ୍ତୁ ତା’ ଉପରେ ଅପିଲ୍‌ ମଧ୍ୟ କରିବା ପାଇଁ ଚିନ୍ତା କରୁଥିବା ତପସ୍ୱିନୀଙ୍କ ଶ୍ୱଶୁର କହିଛନ୍ତି। କିନ୍ତୁ ତପସ୍ୱିନୀଙ୍କ ରହିବା ପାଇଁ ଆମେ ରୁମ୍‌ ଠିକ୍‌ କରିଛୁ। ଅନ୍ୟପଟେ ପୁଅ ସୁମିତଙ୍କ ସମ୍ପର୍କରେ କହିଛନ୍ତି ଯେ, ‘ସୁମିତଙ୍କ ଦେହ ଭଲ ନାହିଁ। ସେ ରେଷ୍ଟ ନେଉଛନ୍ତି।’ ହେଲେ ସେ କେଉଁଠି ରହୁଛନ୍ତି ଓ ତାଙ୍କ ପାଖରେ କିଏ ରହୁଛି ସେନେଇ କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

ତେବେ କୋର୍ଟଙ୍କ ରାୟ ଅନୁସାରେ, ତପସ୍ବିନୀଙ୍କ ଦୈନନ୍ଦିନ ଖର୍ଚ୍ଚ ପାଇଁ ଡା. ସୁମିତ ୧୦ତାରିଖ ସୁଦ୍ଧା ୧୭ହଜାର ଟଙ୍କା ପ୍ରଦାନ କରିବେ । ଟଙ୍କା ଗ୍ରହଣ ବାବଦରେ ତପସ୍ବିନୀ ଏକ ରସିଦ୍‌ ଦେବେ । ଏହାସହିତ ଉଭୟ ପକ୍ଷର ପରିବାର ଲୋକେ ପରସ୍ପରଙ୍କୁ କୌଣସି ପ୍ରକାର ଆକ୍ଷେପ କରିବେ ନାହିଁ । ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ତପସ୍ବିନୀଙ୍କ ତରଫରୁ ରୁଜୁ ହୋଇଥିବା ମୂଳ ପିଟିସନ୍‌ର ଶୁଣାଣି ସରିବା ପର୍ଯ୍ୟନ୍ତ ଜିଲ୍ଲାଜଜ୍‌ଙ୍କ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ।

Get real time updates directly on you device, subscribe now.