fbpx

ହୋମ୍ ଆଇସୋଲେସନ ପାଇଁ ଆସିଲା କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସଂଶୋଧିତ ହୋମ୍ ଆଇସୋଲେସନ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର । କରୋନା ସଂକ୍ରମଣ ଦ୍ରୁତି ଗତିରେ ବଢ଼ୁଥିବାରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ଅଧିକାଂଶ ଆକ୍ରାନ୍ତ ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣଯୁକ୍ତ ଥିବାରୁ ନୂଆ ମାର୍ଗଦର୍ଶିକା ଆସିଛି ।

ଗାଇଡଲାଇନ୍ ଅନୁସାରେ, ନୂଆ ଗାଇଡଲାଇନରେ ୭ ଦିନ ହୋମ ଆଇସୋଲେସନରେ ରହିପାରିବେ । ହୋମ ଆଇସୋଲେସନ ଅବଧି ପୂରଣ ପରେ ଟେଷ୍ଟ ଆବଶ୍ୟକ ନାହିଁ । ଡାକ୍ତରଙ୍କ ଦ୍ୱାରା ଚିହ୍ନିତ ଲକ୍ଷଣହୀନ ହୋମ୍ ଆଇସୋଲେସନରେ ରହିପାରିବେ । ଆକ୍ରାନ୍ତଙ୍କ ପରିବାରକୁ ପରାମର୍ଶ ପାଇଁ କଣ୍ଟ୍ରୋଲ ରୁମ୍ ନମ୍ବର ଦିଆଯିବ । ହୋମ୍ ଆଇସୋଲେସନ ପାଇଁ ଘରେ ଉପଯୁକ୍ତ ବ୍ୟବସ୍ଥା ଥିଲେ ରହିପାରିବେ । ଟିକା ନେଇସାରିଥିବା ପରିବାରର ଜଣେ ଆକ୍ରାନ୍ତଙ୍କ ଦାୟିତ୍ୱରେ ରହିପାରିବେ । ବୟସ୍କ,ବହୁବିଧ ରୋଗାକ୍ରାନ୍ତଙ୍କୁ କେବଳ ଡାକ୍ତର ହିଁ ଅନୁମତି ଦେଇପାରିବେ । ଦାୟିତ୍ବରେ ଥିବା ବ୍ୟକ୍ତି ଆକ୍ରାନ୍ତଙ୍କ ପାଖକୁ ଗଲେ ଉଭୟ N95 ପିନ୍ଧିବେ । ମାସ୍କକୁ କାଢିବା ପରେ ତାକୁ କାଟି ପେପର ବ୍ୟାଗରେ ୭୨ ଘଣ୍ଟା ଯାଏ ରଖିବେ । ଆକ୍ରାନ୍ତ ସବୁ ବେଳେ ଟ୍ରିପଲ ଲେୟାର ମାସ୍କ ପିନ୍ଧିବେ । ସର୍ବାଧିକ ୮ ଘଣ୍ଟା କିବା ମାସ୍କ ଓଦା ହେଲେ ମାସ୍କ ବଦଳାଇବେ ।

ତେବେ ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ଫଳରେ ଦେଶରେ ମୋଟ ମୃତୁସଂଖ୍ୟା ୪ ଲକ୍ଷ ୮୨ ହଜାର ୫୫୧କୁ ବୃଦ୍ଧି ପାଇଛି । ୫୮ ହଜାର ୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୦ ଲକ୍ଷ ୧୮ ହଜାର ୩୫୮ରେ ପହଞ୍ଚିଛି । ୨୪ ଘଣ୍ଟାରେ ୧୫ ହଜାର ୩୮୯ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୪୩ ଲକ୍ଷ ୨୧ ହଜାର ୮୦୩ରେ ପହଞ୍ଚିଛି । ୨ ଲକ୍ଷ ୧୪ ହଜାର ୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୪୭ କୋଟି ୭୨ ଲକ୍ଷ ୮ ହଜାର ୮୪୬ ଜଣ ଲୋକଙ୍କୁ ଟିକାକରଣ କରାଯାଇଛି ।

ସେହିପରି ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧୩୫ରେ ପହଞ୍ଚିଛି । ମହାରାଷ୍ଟ୍ରରୁ ସର୍ବାଧିକ ୬୫୩ ଓ ଦିଲ୍ଲୀରୁ ୪୬୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୮୨୮ ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.