fbpx

ଆକାଶରୁ ବର୍ଷିଲା ଟଙ୍କା: ଗୋଟାଇବା ପାଇଁ ଜମିଲା ଅସମ୍ଭାଳ ଭିଡ଼, ଦେଖନ୍ତୁ Viral Video

ନୂଆଦିଲ୍ଲୀ: :ଆକାଶରୁ ହଠାତ୍ ହେଲା ଟଙ୍କା ବର୍ଷା । ବର୍ଷିଲା ଗଦା ଗଦା ଟଙ୍କା । ଆଉ ଏହାକୁ ଗୋଟାଇବାରେ ନାହିଁ ନଥିବା ଲୋକଙ୍କ ଭିଡ ଜମିଲା । ପ୍ରତିଦିନ ଆମ ଚାରିପଟେ ଏଭଳି କିଛି ଘଟଣା ଘଟେ ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ । ଆଜି ମଧ୍ୟ ଏଭଳି କିଛି ଭିଡିଓ ଆମେ ଦେଖାଉଛୁ ଯାହା ଆପଣ ଦେଖି ଚକିତ ହେବେ । ଆକାଶ ଟଙ୍କା ବୃଷ୍ଟି ହେଉଛି । ଏହାର ଭିଡିଓ ଭାଇରାଲ ହୋଇଛି । ଏହି ଭାଇରାଲ ଭିଡିଓଟିରେ ଦେଖିବାକୁ ମିଳିଛି ଯେ ନୋଟ ଗୁଡିକ ଆକାଶରୁ ବର୍ଷୁଛି । ତେବେ ଏହି ଭିଡିଓଟି କେଉଁଠିକାର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବାବେଳେ ଏହା ସତ୍ୟତା ମଧ୍ୟ ସ୍ପଷ୍ଟ ହୋଇନି ।

ତେବେ ଏତେଗୁଡିଏ ଟଙ୍କା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଆଉ ଏହାକୁ ଗୋଟାଇବାକୁ ଲାଗିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓଟିରେ ଏକ ବିଲଡିଂରୁ ଟଙ୍କା ବର୍ଷା ହେଉଥିବା ଦେଖାଯାଇଛି । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବା ସହ ଅନେକ ଏହାକୁ ହେଡଲାଇନ କରିଛନ୍ତି । ଭିଡିଓଟିକୁ ଏବେ ୩୪ ହଜାର ଅଧିକ ଲୋକ ଦେଖିସାରିଥିବାବେଳେ ଅନେକଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି । ବିଲିକୋରବେନ ନାମକ ଏକ ଇଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟିକୁ ସେୟାର କରାଯାଇଛି ।

Get real time updates directly on you device, subscribe now.