fbpx

ଟିକାରୁ ମୋତେ ଫାଇଦା ମିଳୁଛି: ୧୧ ଥର ଟିକା ନେବା ପରେ ଧରାପଡିଲେ ୮୪ ବର୍ଷୀୟ ବ୍ୟକ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ଓମିକ୍ରନ ସଂକ୍ରମଣ ଶୀର୍ଷରେ ପହଞ୍ଚିଥିବା ବେଳେ ବୁଷ୍ଟର ଡୋଜ ନେବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ତେବେ ବର୍ତ୍ତମାନ ଏଭଳି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିହାରର ଜଣେ ବ୍ୟକ୍ତି ନିଜର ୧୨ତମ ଡୋଜ ଟିକା ନେବା ବେଳେ ଧରା ପଡିଛନ୍ତି । ବିହାରର ଏହି ବ୍ୟକ୍ତିଙ୍କ ବୟସ ୮୪ ବର୍ଷ ଏବଂ ସେ ମାଧେପୁରା ଅନ୍ତର୍ଗତ ଓରାଇ ଗ୍ରାମର ବାସିନ୍ଦା ଅଟନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଟିକା ନେଇଥିବା ବ୍ୟକ୍ତିଙ୍କ ନାମ ବ୍ରହ୍ମଦେବ ମଣ୍ଡଳ । ବ୍ରହ୍ମଦେବ ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଅଟନ୍ତି ।

ମଣ୍ଡଳ କହିଛନ୍ତି ଟିକା ମୋ ପାଇଁ ଅତ୍ୟନ୍ତ ଲାଭଦାୟକ ଥିଲା । ଟିକାରୁ ମୋତେ ଫାଇଦା ମିଳୁଥିବାରୁ ମୁଁ ଗୋଟିଏ ପରେ ଗୋଟିଏ ଡୋଜ ନେବା ଆରମ୍ଭ କରିଥିଲି । ଫେବୃୟାର ୧୩ରେ ପ୍ରଥମ ଡୋଜ ନେଇଥିବା ବେଳେ ଡିସେମ୍ବର ୩୦ ସୁଦ୍ଧା ସମୁଦାୟ ୧୧ ଡୋଜ ଟିକା ନେଇ ସାରିଛନ୍ତି । ପ୍ରତିଥର ଟିକା ନେଇଥିବା ସ୍ଥାନ ଓ ତାରିଖ ଲେଖି ରଖିଥିଲେ ବ୍ରହ୍ମଦେବ । ସେପ୍ଟେମ୍ବର ମାସରେ ସର୍ବାଧିକ ୩ଟି ଡୋଜର ଟିକା ନେଇଥିବା ବେଳେ ବାକି ସମସ୍ତ ମାସରେ ଗୋଟିଏ ଡୋଜ ଲେଖାଏଁ ଟିକା ନେଇଛନ୍ତି । ନିଜ ମୋବାଇଲ ନମ୍ବର, ପତ୍ନୀଙ୍କ ମୋବାଇଲ ନମ୍ବର ଏବଂ ଆଧାର କାର୍ଡର ବ୍ୟବହାର ସହିତ ଅଫଲାଇନ ଟିକାକରଣକୁ ସୁଯୋଗ ଭାବେ ବ୍ୟବହାର କରିଥିଲେ ବ୍ରହ୍ମାନନ୍ଦ । ନିଜ ଆଧାର କାର୍ଡକୁ ୮ ଥର ବ୍ୟବହାର କରିଥିବା ବେଳେ ପତ୍ନୀଙ୍କ ଆଧାର କାର୍ଡକୁ ୩ ଥର ବ୍ୟବହାର କରିଛନ୍ତି ।

ଟିକାକୁ ଅତ୍ୟନ୍ତ ଚମକ୍ରାରୀ ଜିନିଷ ବୋଲି କହିଛନ୍ତି ବ୍ରହ୍ମାନନ୍ଦ । ଏହା ଦ୍ୱାରା ତାଙ୍କୁ ଶାରୀରିକ ଫାଇଦା ମିଳୁଛି । ଏହି ଘଟଣା ପରେ ମାଧେପୁରା ସିଭିଲ ସର୍ଜନ ଅମରେନ୍ଦ୍ର ପ୍ରତାନ ଶାହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.