fbpx

Telegram ଚ୍ୟାନେଲରେ ହିନ୍ଦୁ ମହିଳାଙ୍କ ଅଶ୍ଳୀଳ ଫଟୋ, ସରକାର କଲେ ବ୍ଲକ୍

ନୂଆଦିଲ୍ଲୀ : ସରକାରଙ୍କ ପକ୍ଷରୁ ଟେଲିଗ୍ରାମର ଏକ ଚ୍ୟାନେଲକୁ ବ୍ଲକ କରାଯାଇଛି । ଏଥିରେ ମହିନ୍ଦୁ ମହିଳାଙ୍କ ଅଶ୍ଳୀଳ ଫଟୋ ସେୟାର କରାଯାଉଥିବାରେ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ସୂଚନା ଦେଇଛନ୍ତି । ନିକଟରେ ‘ବୁଲ୍ଲୀ ବାଇ ଆପ୍’କୁ ନେଇ ଏଭଳି ଏକ ବିବାଦ ସାମ୍ନାକୁ ଆସିଥିଲା । ଆପରେ ମୁସଲିମମାନଙ୍କ ଫଟୋ ଅପମାନଜନକ ଉପାୟରେ ସେୟାର କରାଯାଉଥିବା ନେଇ ଖବର ଆସିଥିଲା । ଏହି ମାମଲାରେ ଅନେକ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ତେବେ ମୁମ୍ବାଇ ସାଇବର ପୋଲିସ ‘ବୁଲ୍ଲୀ ବାଇ’ ଆପ ମାମଲରେ ଉତ୍ତରାଖଣ୍ଡରୁ ଆଉ ଜଣେ ଛାତ୍ରଙ୍କୁ ଗିରଫ କରିଛି । ଏନେଇ ବୁଧବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ, ବୁଧବାର ସକାଳେ ମୟଙ୍କ ରାୱଲ (୨୧) ନାମକ ଜଣେ ଛାତ୍ର ଉତ୍ତରପ୍ରଦେଶରୁ ଗିରଫ ଧରାପଡିଛି । ମୁମ୍ବାଇ ପୋଲିସର ସାଇବର ସେଲ ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଶ୍ୱେତା ସିଂ (୧୯)କୁ ଉତ୍ତରାଖଣ୍ଡରୁ ଓ ଇଞ୍ଜିନିୟରିଂ ଛାତ୍ର ବିଶାଲ କୁମାର (୨୧) କୁ ବେଙ୍ଗାଲୁରୁ ଗିରଫ କରିଥିଲା ।

ଆପରେ ‘ନିଲାମ’ ବା ‘ବିକ୍ରୟ’ ହୋଇ ନଥିଲା, କିନ୍ତୁ ଏଥିରେ ଟାର୍ଗେଟ କରାଯାଇଥିବା ମହିଳାମାନଙ୍କୁ ଅପମାନିତ କରିବା ଏବଂ ଭୟଭୀତ କରିବା ପାଇଁ ଉଦ୍ଦେଶ୍ୟ ରହିଥିଲା । ସେମାନଙ୍କ ମଧ୍ୟରୁ ଅନେକ ମହିଳା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ଅଛନ୍ତି । ଲୋକପ୍ରିୟ ମହିଳାମାନଙ୍କୁ ଏଥିରେ ଟାର୍ଗେଟ କରାଯାଇଥିଲା ।

Get real time updates directly on you device, subscribe now.