fbpx

ଦେଶରେ ପ୍ରଥମଥର ଅକ୍ଷମ କ୍ୟାଡେଟଙ୍କୁ ବାୟୁସେନାରେ ସାମିଲ, ଏୟାର ଫୋର୍ସରେ ଫ୍ଲାଇଙ୍ଗ ଅଫିସର ଭାବେ ଯୋଗ ଦେଲେ ଯୋଗେଶ ଯାଦବ

ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ଅକ୍ଷମ କ୍ୟାଡେଟଙ୍କୁ ବାୟୁସେନାରେ ସାମିଲ କରାଯାଇଛି । ଫ୍ଲାଇଙ୍ଗ ଅଫିସର ଯୋଗେଶ ଯାଦବ ବାୟୁସେନାରେ ସାମିଲ ହେବା ପୂର୍ବରୁ ମିଲିଟାରୀ ଟ୍ରେନିଂ ସମୟରେ ଆହତ ହୋଇ ପକ୍ଷାଘାତର ଶିକାର ହୋଇଥିଲେ । ତାଙ୍କର ପିଠି ତଳ ଅଂଶ ପକ୍ଷାଘାତ ହୋଇଯାଇଥିଲା । କିନ୍ତୁ ସ୍ପେଶାଲ କେସ ଭାବି ବାୟୁସେନା ଯୋଗେଶ ଯାଦବଙ୍କୁ ଅଧିକାରୀ ଭାବେ ନିଯୁକ୍ତି ଦେଇଛି । ହାଇଦ୍ରାବାଦ ଡୁଣ୍ଡିଗଲସ୍ଥିତ ବାୟୁସେନା ଏକାଡେମୀରେ ହୋଇଥିବା ପାସିଙ୍ଗ ଆଉଟ ପରେଡରେ ବାୟୁସେନା ପ୍ରମୁଖ, ଏୟାର ଚିଫ ମାର୍ଶଲ ଭି ଆର ଚୌଧୁରୀ ପିିଙ୍ଗ କାର୍ଯ୍ୟକ୍ରମରେ ଏୟାର ଫୋର୍ସରେ ଫ୍ଲାଇଙ୍ଗ ଅଫିସର ଭାବେ ସାମିଲ କରିଛନ୍ତି । ଏବେ ସୁଦ୍ଧା ଏନଡିଏ, ଆଇଏମଏ ଏର ଏୟାରଫୋର୍ସ ଏକାଡେମୀରେ ଟ୍ରେନିଂ ସମୟରେ କୌଣସି କ୍ୟାଡେଟ ବିକଳାଙ୍ଗ ହୋଇଯାଉଥିଲେ ତାଙ୍କୁ ଷ୍ଟାଇପେନ ସହ ବାହାର କରିଦିଆଯାଉଥିଲା । ଜୁଲାଇରେ ଅକ୍ଷମ ଯୋଗେଶ ଯାଦବଙ୍କ ମାମଲା ସଂସଦରେ ଉଠାଯାଇଥିଲା । ଏହାପରେ ତତ୍କାଳୀନ ସିଡିଏସ ଜେନେରାଲ ବିିନ ରାୱତ ଯୋଗେଶ ଯାଦବଙ୍କୁ ନ୍ୟାୟ ଦେବାକୁ ପ୍ରତିଶୃତି ଦେଇଥିଲେ । ପ୍ରତିରକ୍ଷା ମନ୍ତ୍ରାଳୟ ରେକର୍ଡ ଅନୁଯାୟୀ, ୧୯୮୫ ପରେ ଏବେ ଯାଏଁ ଦେଶରେ ମୋଟ ୪୪୮ ଅକ୍ଷମ କ୍ୟାଡେଟ୍ସ ଅଛନ୍ତି । ଅର୍ଥାତ ପ୍ରତି ବର୍ଷ ୧୦- ୧୨ ଜଣ କ୍ୟାଡେଟ ବିଭିନ୍ନ ସେନା ଏକାଡେମୀରୁ ବୋର୍ଡ ଆଉଟ ହୋଇଥାନ୍ତି ।

Get real time updates directly on you device, subscribe now.