fbpx

ବରଫ ପାହାଡରେ ବିଶାଳକାୟ ଭାଲୁ କୋଳରେ ଭିଡିଓ ବନାଇଲେ ଯୁବତୀ: ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଳୀ: ପ୍ରତିଦିନ ଏହି ଦୁନିଆରେ କିଛି ଅଜବ ଅଜବ ଘଟଣା ଘଟିଥାଏ । ଯାହାକି ଆଶ୍ଚର୍ଯ୍ୟ ଚକିତ, ଆଉ ଭୟଙ୍କର ହୋଇଥାଏ । ଆଜି ଏଭଳି ଏକ ଭିଡିଓ ଆମେ ଦେଖାଇବାକୁ ଯାଉଛୁ ଆପଣଙ୍କୁ ଆପଣ ଏହା ଦେଖି କହିବେ ଏ କି ପାଗଳାମୀ । କାରଣ ଭିଡିଟି ବି ସେହିଭଳି କିଛି । ଏ ହେଉଛି ସେହି ଭିଡିଓ । ଭିଡିଓଟିରେ ଜଣେ ଯୁବତୀ ଗୋଟିଏ ବରଫ ପାହାଡ ଉପରେ ଏକ ଭାଲୁ କୋଳରେ ବସି ମଜା ନେଉଛି । ସତେବେ ଯେମିତି ଭାଲୁଟି ତାମକୁ ଖେଳନା ପରି ଲାଗୁଛି । ଏହା ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଆଉ ଆପଣଙ୍କ ହୃଦସ୍ପନ୍ଦନ ବି ବଢ଼ିପାରେ ।

କାରଣ ହେଉଛି ଭାଲୁ ପାଖକୁ ଯିବା ତ ଦୂରର କଥା ଭାଲୁ ଦେଖିଲେ ମଧ୍ୟ ଲୋକେ ଡରିଥାନ୍ତି । କିନ୍ତୁ ଏ ଝିଅକୁ ନା ଜୀବନକୁ ଲୋଭ ଅଛି ନା ଭାଲୁକୁ ଭୟ ବି କରୁଛି ସେ । ଏହା ଏବେ ସୋସିଆଲ ମିଡିଆରେ ଖୁବ ଆତଙ୍କ ଖେଳାଇବାର ସହ ସମସ୍ତଙ୍କୁ ଚିକିତ କରିଛି । ତେବେ ଭାଲୁ ଏବଂ ଯୁବତୀଙ୍କ ଏହି ଚମକପ୍ରଦ ଭିଡିଓଟି ହେପଗୁଲ ନାବକ ଏକ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଏହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଏହା ଗୋଟିଏ ଦିନ ପୂର୍ବରୁ ଅପଲୋଡ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୬୮ ହଜାରରୁ ଅଧିକ ଲୋକେ ଏହାକୁ ପସନ୍ଦ କରିଛନ୍ତି । ଅନେକଙ୍କୁ ଏହା ଆଶ୍ଚର୍ଯ୍ୟ ମଧ୍ୟ କରିଛି ।

 

Get real time updates directly on you device, subscribe now.