fbpx

ଆଜି ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହୀରାକୁଦ ଡ୍ୟାମର ଜଳଭଣ୍ଡାରରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହେବ । ଏହି ପ୍ରକ୍ରିୟାରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ, ସମ୍ବଲପୁର ଓ ଝାରସୁଗୁଡ଼ା ବନଖଣ୍ଡ ସାମିଲ ହେବେ । ଏହି ଗଣନା ପାଇଁ ହୀରାକୁଦ ଜଳଭଣ୍ଡାର, ନିକଟସ୍ଥ ଡେବ୍ରିଗଡ଼ ଅଭୟାରଣ୍ୟ, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଓ ଝାରସୁଗୁଡ଼ାର ଲଖନପୁର ବନ ରେଞ୍ଜ ଅନ୍ତର୍ଗତ ଜଙ୍ଗଲକୁ ୨୧ଟି ସେକ୍ଟରରେ ବିଭାଜିତ କରାଯାଇଛି । ପ୍ରତ୍ୟେକ ସେକ୍ଟରରେ ୩ ଜଣ ଲେଖାଏଁ କର୍ମଚାରୀ ସହ ମୋଟ ୬୩ ଜଣ ନିୟୋଜିତ ରହିବେ ବୋଲି ଜଣାପଡ଼ିଛି ।

ଏହି ପକ୍ଷୀଗଣନା ପାଇଁ ଡଙ୍ଗା, ବାଇନାକୁଲର ଓ ଡାଟା ସିଟ୍ ପ୍ରସ୍ତୁତ କରାଯିବା ସହ ପକ୍ଷୀ ବିଶେଷଜ୍ଞମାନେ ଏଥିରେ ସାମିଲ ହେବେ । ପ୍ରତ୍ୟେକ ବର୍ଷ ଶୀତଋତୁର ଆଗମନରେ ଉତ୍ତର ଭାରତ, ହିମାଳୟ ପର୍ବତ ସମେତ ସାଇବେରିଆ ଓ କାସ୍ପିଆନ ସାଗର ଆଦି ଅଞ୍ଚଳରୁ ହୀରାକୁଦ ଡ୍ୟାମକୁ ବିଦେଶୀ ପକ୍ଷୀମାନେ ଆସିଥାନ୍ତି । ଏହି ସମୟରେ ଜଳସ୍ତର କମ୍ ରହିବା କାରଣରୁ ପକ୍ଷୀଙ୍କୁ ଯଥେଷ୍ଟ ଖାଦ୍ୟ ମିଳିଥାଏ । ଫଳରେ ନିକଟସ୍ଥ ଡେବ୍ରିଗଡ଼ ଅଭୟାରଣ୍ୟ ସେମାନଙ୍କର ପ୍ରଜନନ ଓ ଆଶ୍ରୟସ୍ଥଳୀର କ୍ଷେତ୍ର ପାଲଟିଥାଏ । ଏହି ଗଣନା କାର୍ଯ୍ୟ ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.