fbpx
BJD SKY
BJD SKY

ସକାଳେ ନୁହଁ ବରଂ ସନ୍ଧ୍ୟାରେ କରନ୍ତୁ ଏକ୍ସରସାଇଜ୍, ଶରୀରକୁ ମିଳିବ ଏହିସବୁ ଫାଇଦା: ବିଶେଷଜ୍ଞ

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ଅଧିକାଂଶ ଲୋକ ମାନିଥାନ୍ତି ଯେ, ବ୍ୟାୟାମ ଓ ଯୋଗ ସକାଳ ସମୟରେ କରିବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ହେଲେ ସକାଳର ବ୍ୟସ୍ତତା ମଧ୍ୟରେ ଅନେକ ଲୋକ ଏକ୍ସରସାଇଜ୍ କରିପାରନ୍ତି ନାହିଁ । ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ସନ୍ଧ୍ୟା ସମୟରେ ଏକ୍ସରସାଇଜ୍ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳେ । ସନ୍ଧ୍ୟାରେ ୱର୍କଆଉଟ୍ କଲେ କେବଳ ଆପଣ ଫିଟ୍ ରହିବେ ନାହିଁ ବରଂ ଶରୀର ବିଭିନ୍ନ ଅଙ୍ଗର ସୂଚାରୂପେ ପରିଚାଳନା ମଧ୍ୟ ହୋଇପାରିବ ।

ଆପଣଙ୍କ ଦୈନାନ୍ଦିନ ଷ୍ଟ୍ରେସ୍ ବା ଚିନ୍ତା, ମେଣ୍ଟାଲ୍ ପ୍ରୋବ୍ଲେମ୍ ମଧ୍ୟ ସନ୍ଧ୍ୟାରେ ଏକ୍ସରସାଇଜ୍ କରିବା ଦ୍ୱାରା ଦୂର ହୋଇଥାଏ । ସ୍ୱାସ୍ଥ୍ୟରେ ସମୃଦ୍ଧି ଆସିଥାଏ । ଆଉ ଆପଣ ମାନେ ଖୁବ୍ ରିଲାକ୍ସ ମଧ୍ୟ ଫିଲ୍ କରିପାରିବେ । ତେବେ ଚାଲନ୍ତୁ ଜାଣିବା ସନ୍ଧ୍ୟାରେ ଏକ୍ସରସାଇଜ୍ କରିବା ଦ୍ୱାରା କଣ କଣ ଫାଇଦା ମିଳିଥାଏ ।

ପ୍ରଥମରେ ତ ଯଦି ଆପଣ ସକାଳ ସମୟରେ ୱର୍କଆଉଟ୍ କରୁଛନ୍ତି ତେବେ ଆପଣଙ୍କୁ ୱର୍ମଅପ୍ ର ଆବଶ୍ୟକତା ପଡ଼ିଥାଏ । ତେଣୁ ଯଦି ଆପଣ ବିନା ୱର୍ମଅପ୍ ରେ ଏକ୍ସରସାଇଜ୍ କରୁଛନ୍ତି ତେବେ ଆପଣଙ୍କ ଜଏଣ୍ଟ୍ ପେନ୍ କିମ୍ବା ମସଲ୍ସ ପୁଲ୍ ହୋଇପାରେ । କିନ୍ତୁ ସନ୍ଧ୍ୟାରେ ୱର୍କଆଉଟ୍ କରିବା ଦ୍ୱାରା ୱର୍ମଅପ୍ ର ଆବଶ୍ୟକତା ପଡ଼ିନଥାଏ । ତେଣୁ ଆଣ୍ଠୁ-ଗଣ୍ଠିରେ ଯନ୍ତ୍ରଣାର ଆଶଙ୍କା ନଥାଏ ।

ଯଦି ଆପଣ ଦିନସାରାର ଚିନ୍ତା ଓ ଷ୍ଟ୍ରେସ୍ କୁ ଦୂର କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ସନ୍ଧ୍ୟା ସମୟରେ ହିଁ ୱର୍କ୍ରାଉଟ୍ କରନ୍ତୁ । ଏପରି କରିବା ଦ୍ୱାରା ମାନସିକ ସନ୍ତୁଳନ ବଜାୟ ରହିଥାଏ , ଫଳରେ ମେଣ୍ଟାଲ୍ ରିଲିଫ୍ ମିଳିଥାଏ ।

ଏହା ବ୍ୟତୀତ ଯଦି ଆପଣ ସନ୍ଧ୍ୟା ସମୟରେ କସରତ କରୁଛନ୍ତି ତେବେ ରାତିରେ ନିଦ ଭଲ ହୋଇଥାଏ । କାରଣ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହୁଛନ୍ତି । ଏମିତିରେ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯିବା ଆରମ୍ଭ ହୋଇଯାଏ । ତେଣୁ ଯଦି ଆପଣ ଲଗାତର ଭାବରେ ସନ୍ଧ୍ୟାରେ ୱର୍କଆଉଟ୍ କରୁଛନ୍ତି ତାହେଲେ ରାତି ଅନିଦ୍ରା ସମସ୍ୟା ଦୂର ହୋଇଯିବ ।

Get real time updates directly on you device, subscribe now.