fbpx

ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି କୋଭିଡ୍ ପଜିଟିଭ୍, ଏଣିକି ଭର୍ଚୁଆଲ ମୋଡ଼ରେ ହେବ ଶୁଣାଣି: CJI

ନୂଆଦିଲ୍ଲୀ: ଦିନକୁ ଦିନ କୋଭିଡର ସଂକ୍ରମଣ ଦେଶରେ ବଢ଼ିବାରେ ଲାଗିଛି । ଅନ୍ୟ ପଟେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ମଧ୍ୟ ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ବଢ଼ିବାରେ ଲାଗିଛି । ତେବେ ଏହି ଅବସରରେ ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ସଂକ୍ରମିତ ବିଚାରପତିମାନେ ସେମାନଙ୍କର ବାସଭବନରେ ଭର୍ଚୁଆଲ ମୋଡ଼ରେ ଶୁଣାଣି କରିପାରିବେ ବୋଲି ପ୍ରଧାନ ବିଚାରପତି ଏନଭି ରମଣ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟରେ ମଙ୍ଗଳବାର, ବୁଧବାର ଓ ଗୁରୁବାର ତିନିଦିନ ଫିଜିକାଲ ଶୁଣାଣି ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଏବେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସିଜେଆଇ ଏହି ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟର ଦୁଇ ଜଜଙ୍କ ସମେତ ଅନ୍ୟ କିଛି କୋର୍ଟର କେତେଜଣ କର୍ମଚାରୀ ମଧ୍ୟ କୋଭିଡରେ ସଂକ୍ରମିତ ହୋଇଛନ୍ତି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସପ୍ତାହକୁ ତିନି ଦିନିଆ ଫିଜିକାଲ ଶୁଣାଣି ଉପରେ ସିଜେଆଇ ରୋକ୍ ଲଗାଇଛନ୍ତି । ଏଥିସହ ଆସନ୍ତା ୪-୬ ସପ୍ତାହ ପର୍ଯ୍ୟନ୍ତ ଫିଜିକାଲ ଶୁଣାଣି ସମ୍ଭବ ନୁହେଁ ବୋଲି କହିଛନ୍ତି । ରିପୋର୍ଟରୁ ଜଣାପଡ଼ିଛି ଯେ, ଗତ ମଙ୍ଗଳବାର ଜଷ୍ଟିସ ଆର. ସୁଭାଷ ରେଡ୍ଡୀଙ୍କ ଅବସରକାଳୀନ ପାର୍ଟିରେ ବୁଖାର ଅବସ୍ଥାରେ ଜଣେ ଜଜ ସେଠାରେ ଉପସ୍ଥିତ ଥିଲେ । ଉକ୍ତ ଜଜଙ୍କ ରିପୋର୍ଟ ଏବେ ପଜିଟିଭ୍ ଆସିଛି । ଏହାପରେ ଗତକାଲି ସିଜେଆଇ ଓ ଅନ୍ୟ ୪ ଜଣ ବରିଷ୍ଠ ବିଚାରପତି ବୈଠକରେ ଏହି ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.