fbpx

କରୋନା କବଜାରେ ଅଭିନେତ୍ରୀ ସ୍ୱରା ଭାସ୍କର ଓ ତାଙ୍କ ପରିବାର, କହିଲେ କ’ଣ ଥିଲା ଲକ୍ଷଣ

ନୂଆଦିଲ୍ଲ: କରୋନା ମହାମାରୀ ପୁଣି ଥରେ ମାଡ଼ିବାରେ ଲାଗିଛି । ନେତା, ମନ୍ତ୍ରୀମାନଙ୍କୁ ଠାରୁ ଆରମ୍ଭ କରି କଳାକାରମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ବଲିଉଡ ଜଗତରେ ବି ଏହା ହୁ ହୁ ହୋଇ ବଢ଼ିଚାଲିଛି । ବଲିଉଡର ଅନେକ କଳାକାର କରୋନା ପଜିଟିଭ ହୋଇଛନ୍ତି । ଏବେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ବି କରୋନା ପଜିଟିଭ ହୋଇଛନ୍ତି । ଖୋଦ୍ ସ୍ୱରା ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି ।

ସ୍ୱରା ଉଭୟ ଟ୍ୱିଟର ଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି କି, ସେ ଓ ତାଙ୍କ ସମ୍ପୂର୍ଣ୍ଣ ପରିବାର କରୋନାରେ ସଂକ୍ରମିତ ହୋଇଛନ୍ତି । ସ୍ୱରା କହିଛନ୍ତି ଯେ, ‘କିଛି ଦିନ ପୂର୍ବରୁ ମୁଣ୍ଡ ବିନ୍ଧା ଓ ଜ୍ୱର ଭଳି ଲକ୍ଷଣ ଅନୁଭବ ହୋଇଥିଲା । ଯାଞ୍ଚ କରିବା ପରେ ରିପୋର୍ଟ କରୋନା ପଜିଟିଭ ଆସିଲା । ଏହା ସହ ମୋ ପରିବାର ମଧ୍ୟ କରୋନାର ଶିକାର ହୋଇଛନ୍ତି ।’ ନିଜ ଫ୍ୟାନ୍ସମାନଙ୍କୁ ସୁରକ୍ଷିତ ରହିବା ସହ ମାସ୍କ ପିନ୍ଧିବାକୁ ସ୍ୱରା ନିବେଦନ କରିଛନ୍ତି ।

ସ୍ୱରା ଭାସ୍କର ନିଜ ପରିବାର ସହିତ ଦିଲ୍ଲୀରେ ରହୁଛନ୍ତି । ସେ ୫ ଜାନୁଆରୀରୁ ଲକ୍ଷଣ ଅନୁଭବ କରୁଥିଲେ ଓ ପରେ ଏହାର ଟେଷ୍ଟ କରିଥିଲେ । ସ୍ୱରା ଓ ତାଙ୍କ ପରିବାର ଏବେ ଆଇସୋଲେସନରେ ଅଛନ୍ତି, କାହିଁକି ନା ସମସ୍ତଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ସ୍ୱରା ଭାସ୍କରଙ୍କ ପୂର୍ବରୁ ଜନ୍ ଆବ୍ରାହମ, ମୃଣାଳ ଠାକୁର,ଏକତା କପୁର ଆଦି କରୋନା ପଜିଟିଭ ହୋଇଛନ୍ତି ।

Get real time updates directly on you device, subscribe now.