fbpx

ତୃତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଝଟକା, ସିରାଜଙ୍କ ଖେଳିବା ନେଇ ସସପେନ୍ସ

ନୂଆଦିଲ୍ଲୀ : ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ନିରାଶଜନକ ଖବର। ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଜଂଘ ମାଂସପେଶୀ ଟାଣି ଧରିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାନୁଆରୀ ୧୧ରୁ କେପଟାଉନରେ ହେବାକୁ ଥିବା ତୃତୀୟ ଟେଷ୍ଟ ଖେଳିବା ନେଇ ସନ୍ଦେହ ଦେଖା ଦେଇଛି। ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ସମାପ୍ତି ପରେ କହିଛନ୍ତି, ସିରାଜ୍ ସଂପୂର୍ଣ୍ଣ ଭାବେ ଫିଟ୍ ନାହାନ୍ତି। ସିରାଜ ଦ୍ଵିତୀୟ ମ୍ୟାଚ୍ରେ ହାମଷ୍ଟ୍ରିଙ୍ଗ କାରଣରୁ ପୂରା ମ୍ୟାଚ୍ରେ କେବଳ ୧୫.୫ ଓଭର ବୋଲିଂ କରିଥିଲେ। ଦ୍ଵିତୀୟ ଇନିଂସରେ ସେ କେବଳ ଛଅ ଓଭର ବୋଲିଂ କରିପାରିଥିଲେ।
ଦ୍ରାବିଡ କହିଛନ୍ତି, ଆମକୁ ସିରାଜ୍ଙ୍କ ଫିଟନେସ୍ର ଆକଳନ କରିବାକୁ ପଡିବାକୁ ଯେ, ସେ ଆଗାମୀ ତିନି ଚାରି ଦିନରେ ଫିଟ୍ ହୋଇ ପାରିବେ କି ନାହିଁ। ସ୍କାନିଂ ପରେ ତାଙ୍କର ଆହତ କେତେ ଗୁରୁତର ସ୍ପଷ୍ଟ ହୋଇଯିବ। ଆହତ ସତ୍ତ୍ଵେ ସିରାଜ୍ ବୋଲିଂ କରିବାକୁ କୋଚ୍ ରାହୁଲ ଦ୍ରାବିଡ ଉଚ୍ଚ ପ୍ରଶଂସା କରିଛନ୍ତି। ଦ୍ରାବିଡ କହିଛନ୍ତି, ଆମ ପାଖରେ ପଞ୍ଚମ ବୋଲର ଥାଇ ମଧ୍ୟ ଆମେ ସେମିତି ଉପଯୋଗ କରି ପାରିଲୁ ନାହିଁ ଯେମିତି କରିବାକୁ ଚାହୁଁଥିଲୁ। ଏଥିରେ ଆମର ରଣନୀତି ପ୍ରଭାବିତ ହୋଇଥିଲା ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି।
ଯଦି ସିରାଜ ତୃତୀୟ ମ୍ୟାଚ୍ ନଖେଳନ୍ତି ତେବେ ଉମେଶ ଯାଦବ ଏବଂ ଇଶାନ୍ତ ଶର୍ମାଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ହନୁମା ବିହାରୀ ମଧ୍ୟ ଦ୍ଵିତୀୟ ମ୍ୟାଚ୍ରେ ଆହତ ହୋଇଥିଲେ। ବିହାରୀ କେତେ ଆହତ ହୋଇଛନ୍ତି, ସେ ବିଷୟରେ ମୋ ପାଖରେ ବିଶେଷ ସୂଚନା ନାହିଁ କାରଣ ମୋର ଫିଜିଓଙ୍କ ସହ ବିସ୍ତୃତ ଆଲୋଚନା ହୋଇ ନାହିଁ ବୋଲି ଦ୍ରାବିଡ କହିଛନ୍ତି।

Get real time updates directly on you device, subscribe now.