fbpx

ସୋମବାରଠାରୁ ଭର୍ଚୁଆଲ ମୋଡରେ ଚାଲିବ ହାଇକୋର୍ଟ: ୫୦% କର୍ମଚାରୀଙ୍କୁ ନେଇ ଚାଲିବ କାର୍ଯ୍ୟାଳୟ

ଆସନ୍ତା ୧୦ ତାରିଖରୁ ଭର୍ଚୁଆଲ ମୋଡରେ ଚାଲିବ ହାଇକୋର୍ଟ । ୧୦ ତାରିଖରୁ ଫେବ୍ରୁଆରୀ ୪ ତାରିଖ ଯାଏଁ ଭର୍ଚୁଆଲ୍ ମୋଡରେ ଚାଲିବ । ଭିଡିଓ କନଫରେନ୍ସିଂରେ ହେବ ସବୁ ମାମଲାର ଶୁଣାଣି । ଏହା ସହ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ କାର୍ଯ୍ୟାଳୟ ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣରେ ବୃଦ୍ଧି ଦେଖିବାକୁ ମିଳିଛି । ଏହାକୁ କରୋନା ତୃତୀୟ ଲହର ବୋଲି କୁହାଯାଉଥିବାବେଳେ, ସରାକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟକର୍ଫ୍ୟୁକୁ କଡ଼ାକଡ଼ି କରାଯାଇଛି । ସ୍ମୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅଫଲାଇନ କ୍ଲାସ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.