fbpx

କୋଭିଡ କଟକଣାକୁ ଫୁ: ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼

ପୁରୀ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି କରାଯାଇଛି ।

ସେପଟେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାରଠାରୁ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି । ଜାନୁଆରୀ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ତେବେ ସୋମବାରଠାରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ହେଉଥିବାରୁ ଆଜି ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ ।

ଲୋକମାନେ କରୋନା କଟକଣା ଫୁ କରି ଉଡ଼ାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଅନେକ ଲୋକ ମାସ୍କ ପିନ୍ଧି ନଥିବା ଦେଖିାଯାଇଥିବାବେଳେ ଯଦି କେହି ମାସ୍କ ପିନ୍ଧିଥିଲେ ତା ପୁଣି ନାକ ତଳକୁ । ଏମିତିକି ନିୟମ ନମାନି ଧସେଇ ପଶିଥିବାରୁ ମଧ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସୋମବାରଠାରୁ ବନ୍ଦ ହେଉଛି ଶ୍ରୀମନ୍ଦିର, କାଲି ରବିବାର ଫଳରେ ଦର୍ଶନ ପାଇଁ ଆଜି ଗୋଟିଏ ଦିନ ଥିବାରୁ ଦର୍ଶନ ପାଇଁ ଭିଡ଼ ହେଉଥିବା କହିଛନ୍ତି ଭକ୍ତ ।

Get real time updates directly on you device, subscribe now.