fbpx

ଭାରତୀୟ ଯବାନଙ୍କ ବୀରତ୍ୱ: କାନ୍ଧରେ ବୋହି ଗର୍ଭବତୀଙ୍କୁ ହସ୍ପିଟାଲ ପହଞ୍ଚାଇଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ନିଜର ଅଦମ୍ୟ ବୀରତ୍ୱ ପାଇଁ ଭାରତୀୟ ଯବାନ ପରିଚିତ । ସର୍ବଦା ନିଜର ବୀରତ୍ୱ ପାଇଁ ପ୍ରଶଂସା ସାଉଁଟୁଥିବା ଭାରତୀୟ ଯବାନଙ୍କୁ ପୁଣି ଥରେ ପ୍ରଶଂସା କରାଯାଉଛି । ଜମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ଭାରତୀୟ ଯବାନ ।

ପ୍ରବଳ ତୁଷାରପାତ ହୋଇଥିବା ବେଳେ ଆଣ୍ଠୁଏ ଉଚ୍ଚର ବରଫ ଜମା ହୋଇଥିଲା । ଏହି ସମୟରେ ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । କୁପୱାରାରେ ରହିଥିବା ଯବାନ ମାନେ ମହିଳାଙ୍କୁ ଉଦ୍ଧାର କରି କାରାଲପୁରା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଭିଡିଓଟି ଟ୍ୱିଟ୍ କରାଯାଇଥିବା ବେଳେ ଏହାକୁ ବେଶ ପସନ୍ଦ କରାଯାଇଛି ।

Get real time updates directly on you device, subscribe now.