fbpx

ସୋମବାରଠୁ ବାହାର ଜିଲ୍ଲାର ଲୋକଙ୍କ ଶବଦାହ ସ୍ୱର୍ଗଦ୍ୱାରରେ ମନା

ପୁରୀ,(ଭାସ୍କର ନ୍ୟୁଜ୍‌): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ କରାଯାଇଛି । ଚଳିତ ମାସ ୧୦ ତାରିଖ ଅର୍ଥାତ ସୋମବାର ଠାରୁ ଆଉ ବାହାର ଜିଲ୍ଲାର ଲୋକଙ୍କ ଶବକୁ ଏଠାରେ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ । କେବଳ ପୁରୀ ଜିଲ୍ଲାର ଲୋକଙ୍କୁ ଶବଦାହ ଅନୁମତି ଦିଆଯିବ ।

ପୁରୀ ଉପଜିଲ୍ଲାପାଳ ଶନିବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ି ଚାଲିଛି । ପୁଣି ସ୍ୱର୍ଗଦ୍ୱାରର କିଛି କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ସ୍ୱର୍ଗଦ୍ୱାରରେ ଶବ ଦାହ ପାଇଁ ମୃତ ବ୍ୟକ୍ତିଙ୍କୁ କୋଭିଡ୍‌ ହୋଇ ନଥିବା ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ସାମୟିକ ସମୟ ପାଇଁ ଏହି କଟକଣା ଲାଗୁ କରାଯାଇଛି । ପରିସ୍ଥିତି ଠିକ୍‌ଠାକ୍‌ ହେଲେ ପୁଣି ପୂର୍ବ ବ୍ୟବସ୍ଥା ଲାଗୁ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.