fbpx

ସୁକେଶଙ୍କ ସହ ମୋର ବ୍ୟକ୍ତିଗତ ଫଟୋ ସେୟାର୍ କରନ୍ତୁ ନାହିଁ- ଜାକଲିନ୍; ଭାଇରାଲ୍ ଫଟୋକୁ ନେଇ ଏପରି କହିଲେ ଅଭିନେତ୍ରୀ

ମୁମ୍ବାଇ: ୨୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଜେଲରେ ରହିଥିବା କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଏବଂ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଆଉ ଏକ ଫଟୋ ଖୁବ୍ ଭାଇରାଲ ହେଉଛି । ପୂର୍ବରୁ ମଧ୍ୟ ଉଭୟ ପରସ୍ପରକୁ କିସ କରୁଥିବାର ଦେଖିବାକୁ ମିଳିଥିବା ବେଳେ ଏହି ଫଟୋରେ ଜ୍ୟାକଲିନଙ୍କ ବେକରେ ଲଭ ବାଇଟର ଚିହ୍ନ ଦେଖିବାକୁ ମିଳିଛି । ଭାଇରାଲ ହୋଇଥିବା ଏହି ଫଟୋରେ ସୁକେଶ ଜ୍ୟାକଲିନଙ୍କ ନାକକୁ କିସ୍ କରୁଥିବା ଦେଖିବାକୁ ମିଳିଛି । ତେବେ ଫଟୋଟି ନିଆଁ ଭଳି ଭାଇରାଲ୍ ହେବା ପରେ ୟୁଜର୍ ମାନେ ନାନା ପ୍ରକାର କମେଣ୍ଟ୍ କରୁଛନ୍ତି । ଏବେ ଏହାକୁ ନେଇ ଖୋଦ୍ ଜାକଲିନ୍ ମୁହଁ ଖୋଲିଛନ୍ତି ।

ସୁକେଶ ତାଙ୍କୁ ଚାଲିଥିବା କଣ୍ଟ୍ରୋଭର୍ସି ଓ ଭାଇରାଲ୍ ଫଟୋ ବାବଦରେ ସେ ନିଜର ନିରବତା ଭାଙ୍ଗିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଏକ ପୋଷ୍ଟ କରି ଅନୁରୋଧ କରିଛନ୍ତି ଯେ, ସୁକେଶ ଓ ତାଙ୍କର ବ୍ୟକ୍ତିଗତ ଫଟୋ ସେୟାର୍ କରନ୍ତୁ ନାହିଁ । ତେବେ ସେ ନିଜ ପୋଷ୍ଟରେ କହିଛନ୍ତି, “ଏହି ଦେଶ ଓ ଏଠାକାର ଜନତା ମୋତେ ଅନେକ ଭଲ ପାଇବା ଓ ସମ୍ମାନ ଦେଇଛନ୍ତି । ଏଥିରେ ମିଡିଆ ବନ୍ଧୁ ମାନେ ମଧ୍ୟ ସାମିଲ ରହିଛନ୍ତି । ଯେଉଁଠାରୁ ମୁଁ ବହୁତ କିଛି ଶିଖିଛି । ମୁଁ ଏ ସମୟରେ ଅସୁବିଧା ଦେଇ ଗତି କରୁଛି । ହେଲେ ମୋର ବିଶ୍ୱାସ ଅଛି ଯେ, ମୋ ବନ୍ଧୁ ମାନେ ମୋତେ ସାଥ୍ ଦେବେ” ।

ଆଗକୁ ସେ ଲେଖିଛନ୍ତି ଯେ, “ଏହି ଭରସାରେ ମୁଁ ମିଡିଆ ବନ୍ଧୁମାନଙ୍କୁ ଅନୁରୋଧ କରିବି ଯେ, ମୋର ବ୍ୟକ୍ତିଗତ ଜୀବନ ଉପରେ ଦଖଲ ଦେବା ପରି କିଛି ବି ସେୟାର କରନ୍ତୁ ନାହିଁ । ଆପଣ ମାନେ ନିଜ ଲୋକଙ୍କ ସମେତ ମୋ ସହିତ ଏପରି କରିବେ ନାହିଁ ବୋଲି ବିଶ୍ୱାସ ଅଛି” । ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ଦୁଇ ଜଣଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ହୋଇଛି । ସୁକେଶ ଜ୍ୟାକଲିନଙ୍କୁ ଅନେକ ମହଙ୍ଗା ଉପହାର ପ୍ରଦାନ କରିଥିଲା ।

ପୂର୍ବରୁ ଭାଇରାଲ ହୋଇଥିବା ଫଟୋଟି ଏପ୍ରିଲ-ଜୁନ ୨୦୨୧ରେ ଉଠାଯାଇଥିବା କୁହାଯାଉଛି । କନମ୍ୟାନ ସୁକେଶ ଏହି ସମୟରେ ଅନ୍ତରୀଣ ଜାମିନରେ ବାହାରେ ଥିଲା । ଉଭୟ ପରସ୍ପରକୁ ୪ଥର ଚେନ୍ନାଇରେ ଭେଟିଥିବା ଇଡି ପକ୍ଷରୁ ଅଭିଯୋଗ ମଧ୍ୟ କରାଯାଇଛି ।

୨୦୦ କୋଟି ଠକେଇର ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କ ପାଇଁ ପ୍ରାଇଭେଟ ଜେଟ ବ୍ୟବସ୍ଥା କରିଥିବା ମଧ୍ୟ କୁହାଯାଉଛି । ଏହି ଫଟୋରେ ସୁକେଶ ଜ୍ୟାକଲିନଙ୍କୁ କିସ କରୁଥିବା ଦେଖିବାକୁ ମିଳିଛି । ଉଭୟ ଏକ ଦର୍ପଣ ସାମ୍ନାରେ ରହିଥିବା ବେଳେ ସୁକେଶ ନିଜ ଆଇଫୋନ୧୨ରେ ଫଟୋ ଉଠାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଉଭୟ ପରସ୍ପରକୁ ଡେଟ୍ କରୁଥିବା ନେଇ ସୁକେଶଙ୍କ ଓକିଲ ପୂର୍ବରୁ ଖୁଲାସା କରିଥିଲେ ।

Get real time updates directly on you device, subscribe now.