fbpx
BSKY SKY
BSKY SKY

ନୂଆ ସ୍କୁଟି ଦାବିରେ ୧୨ ଘଣ୍ଟା ଧରି ରେଳଧାରଣାରେ ବସିଲେ ଯୁବତୀ, ଦେଖନ୍ତୁ ଭିଡିଓ

BSKY

ଚାନ୍ଦବାଲି(ଓଡ଼ିଶା ଭାସ୍କର): ପଡି ରହିଛି ଭଙ୍ଗା ସ୍କୁଟି, ଆଉ ସ୍କୁଟି ଆଗରେ ଧାରଣାରେ ବସିରହିଛନ୍ତି ଯୁବତୀ । ଖାଲି ଯୁବତୀ ନୂହେଁ ବରଂ ଗ୍ରାମବାସୀ ମାନେ ମଧ୍ୟ ଏକାଠି ହୋଇ ଧାରଣା ବସିଛନ୍ତି । ଏହି ଯୁବତୀ ଜଣକ ହେଉଛନ୍ତି ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା କୁନ୍ ମୁନ୍ ବରାଳ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବଂଶଡା ଥାନା ଅଧିନ ମାଣିପୁର ରେଳ ଫାଟକ ନିକଟରେ ଜଣେ ମହିଳାଙ୍କ ଠାରୁ କିସ୍ତି ନେବାପାଇଁ ଆସିଥିଲେ ।ରାସ୍ତା ପାଖରେ ନିଜର ସ୍କୁଟିରଖି ପାଖ ଏକ ଘରକୁ ରୁଣ କିସ୍ତି ଆଣିବାକୁ ଯାଇଥିବା ବେଳେ ରେଳକାମ କରୁଥିବା ଏକ ବାଲି ବୋଝେଇ ଟ୍ରକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିଟି ଭାଙ୍ଗି ଚୁରମାର ହୋଇ ଯାଇଥିଲା। ଏନେଇ ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ଟ୍ରକକୁ ଅଟକ ରଖିଥିଲେ । ଟ୍ରକଟିର ମାଲିକ ଘଟଣାସ୍ଥଳରେ ନ ପହଁଚିବାରୁ ଫାଇନାନ୍ସ ଯୁବତୀ ଜଣଙ୍କ ୧୨ ଘଣ୍ଟାହେବ ସ୍କୁଟି ଆଗରେ ଧାରଣରେ ବସିଥିବା ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.