fbpx

ସାଂଘାତିକ ସ୍ଥିତିରେ ଦେଶ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧.୫ ଲକ୍ଷରୁ ଅଧିକ କୋଭିଡ୍ ଆକ୍ରାନ୍ତ, ଗୋଟିଏ ଦିନରେ ୧୩ ପ୍ରତିଶତ ବଢ଼ିଲା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧.୫ ଲକ୍ଷରୁ ଅଧିକ କୋଭିଡ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧ ଲକ୍ଷ ୫୯ହଜାର ୩୭୭ ନୂତନ ମାମଲା ଚିହ୍ନଟ ହୋଇଛି । ଅର୍ଥାତ୍ ୨୪ ଘଣ୍ଟାରେ ୧୩ ପ୍ରତିଶତ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ସେହିପରି ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ହାର ସବୁଠାରୁ ଅଧିକ ।

ତେବେ ଏହି କ୍ରମରେ ଦିଲ୍ଲୀ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଆକ୍ଟିଭ୍ କେସ୍ ଅଧିକ ରହିଛି । ସଂକ୍ରମିତଙ୍କ ସଂଖ୍ୟା ଏହି ରାଜ୍ୟ ମାନଙ୍କରେ ଆଶ୍ଚର୍ଯ୍ୟଜନକ ଭାବରେ ବଢ଼ୁଛି । ଏନେଇ କେନ୍ଦ୍ର ତଥା ରାଜ୍ୟ ସରକାର ଚିନ୍ତାବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଦିଲ୍ଲୀରେ ଗତକାଲି ଠାରୁ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଛି । କେବଳ ଜରୁରୀକାଳୀନ ସେବା ହିଁ ଜାରି ରହିଛି । ତେବେ ସଂକ୍ରମଣ ହାରରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର ଓ ଦ୍ୱିତୀୟ ସ୍ଥାନରେ ରହିଛି ପଶ୍ଚିମବଙ୍ଗ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ, ପଶ୍ଚିମବଙ୍ଗରେ ବର୍ତ୍ତମାନ ୫୧ହଜାର ୩୮୪ ଆକ୍ଟିଭ୍ କେସ୍ ରହିଛି ଓ ମହାରାଷ୍ଟ୍ରରେ ରହିଛି ୧ ଲକ୍ଷ ୪୫ ହଜାର ୧୯୮ ।

Get real time updates directly on you device, subscribe now.