fbpx

ଭାଇ ସାମନାରେ ଭଉଣୀକୁ ଦୁଷ୍କର୍ମ, ଲଜ୍ୟା ସହି ନପାରି ଫାଶୀ ଲଗାଇଲେ ପୀଡ଼ିତା

ଛତରପୁର: ଭାଇ ସାମନାରେ ଭଉଣୀକୁ ଦୁଷ୍କର୍ମ କରିଛନ୍ତି ଦୁଇ ଅଭିଯୁକ୍ତ । ଲଜ୍ୟା ଓ କଷ୍ଟ ସହିନପାରି ପୀଡ଼ିତା ଭଉଣୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହିଭଳି ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରୁ । ଏନେଇ ଉକ୍ତ ଭାଇ, ଏସପି ଅଫିସ୍ କୁ ଯାଇ ଅଭିଯୋଗ କରିଛନ୍ତି ।

ସୂଚନା ଯେ, ଛତରପୁରରେ ରହୁଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ତାଙ୍କ ଆଖି ସାମନାରେ ଭଉଣୀ ସହିତ ଅଭିଯୁକ୍ତ ନୀରଜ ପଟେଲ ଅସଦାଚରଣ କରୁଥିଲା । ସେ ଏହାର ବିରୋଧ କରିବାରୁ ନୀରଜ ଓ ତାର ସହଯୋଗୀ ମିଶି ତାଙ୍କ ଭଉଣୀକୁ ଆଖି ସାମନାରେ ଦୁଷ୍କର୍ମ କରିଛନ୍ତି । ଏହାପରେ ଲଜ୍ୟାରେ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି ।

ମୃତକଙ୍କ ଭାଇ କହିଛନ୍ତି ଯେ, “ଜାନୁଆରୀ ୮ ତାରିଖରେ ମୋ ଭଉଣୀ ଖାଇସାରିବା ପରେ ଶୋଇ ପଡ଼ିଥିଲା । ମୁଁ ମଧ୍ୟ ସେହି ରୁମ୍ ରେ ଶୋଇ ପଡ଼ିଥିଲି । ସକାଳ ୫ଟାରେ ଉଠିବା ବେଳକୁ ଭଉଣୀ ତା ଜାଗାରେ ନଥିଲା । ତେଣୁ ବାହାରକୁ ଯାଇ ଦେଖିବା ବେଳକୁ ନୀରଜ ପଟେଲ ମୋ ଭଉଣୀ ସହିତ ଜୋରଜବରଦସ୍ତୀ କରୁଥିଲା । ଆଉ ସେଠାରେ ତାର ସାଙ୍ଗ ମଧ୍ୟ ଥିଲା । ଯେତେବେଳେ ମୁଁ ପାଟି କଲି ମୋ ପାଟିକୁ ସେମାନେ ବନ୍ଦ କରି ଦେଇଥିଲେ । ଏହାପରେ ମୋ ଭଉଣୀ କେମିତି କଣ କରି ସେଠାରୁ ଅନ୍ୟ ରୁମ୍ କୁ ଯାଇ ଲଜ୍ୟାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲା” । ଏହି ମାମଲାର ବର୍ତ୍ତମାନ ଯାଞ୍ଚ ଚାଲିଛି । ମୃତକଙ୍କ ପୋଷ୍ଟମଟମ୍ କରାଯାଇଛି । ରିପୋର୍ଟ ଆସିବାପରେ ତଦନ୍ତକୁ ଆଗକୁ ବଢ଼ାଯିବ ।

Get real time updates directly on you device, subscribe now.