fbpx

କରୋନା ଚିକିତ୍ସାରେ ୮ ମାସରେ ଖର୍ଚ୍ଚ କଲେ ୮ କୋଟି, ବିକ୍ରି କରିଦେଲେ ୫୦ ଏକର ଜମି; ହେଲେ ବି ରହିଲାନି ଜୀବନ

ଭୋପାଳ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି । ପ୍ରତିଦିନ ଲକ୍ଷ ଲ୪ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦିନକରେ ୨.୫ ଲକ୍ଷ ସଂକ୍ରମିିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି । ଏହା ଭିତରେ ମୃତକଙ୍କ ସଂଖ୍ୟା ମଧ୍ୟ ସାମନାରେ ଆସୁଛି । ଏହା ଭିତରେ ଏକ ଘଟଣା ତାଜୁବ୍ କରିଛି । ମଧ୍ୟପ୍ରଦେଶରୁ ଏକ ଖବର ରହିଛି ଯେଉଁଠାରେ ଜଣେ ବ୍ୟକ୍ତି କରୋନା ଚିକିତ୍ସାରେ ୮ ମାସ ମଧ୍ୟରେ ୮ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । କିନ୍ତୁ ଏହାପରେ ବି ତାଙ୍କର ମୃତ୍ୟୁ ହୋଇଯାଇଛି ।

ଚେନ୍ନାଇର ଆପୋଲୋ ହସ୍ପିଟାଲରେ ୮ ମାସ ଧରି ଚିକିତ୍ସା ହେଉଥିବା ଧର୍ମଜୟ ସିଂହଙ୍କର ମଙ୍ଗଳବାର ଦିନ ମୃତ୍ୟୁ ହୋଇଯାଇଚି । ୫୦ ବର୍ଷୀୟ ଧର୍ମଜୟ ସିଂହ ମେ ୨୦୨୧ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ରିୱାର ସଂଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କୀ ଫୁସଫୁସକୁ ସଂକ୍ରମଣ ବ୍ୟାପିବାରୁ ସ୍ଥିତି ଜଟିଳ ହୋଇଗଲା । ଯାହାପରେ ତାଙ୍କୁ ମେ ୧୮ ତାରିଖରେ ଏୟାରଲିଫ୍ଟ କରି ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେଠାରେ ଲଣ୍ଡନର କିଛି ଡାକ୍ତର ତାଙ୍କୁ ମନିଟରିଂ କରୁଥିଲେ ।

ରିପୋର୍ଟ ଅନୁସାରେ, ହସ୍ପିଟାଲରେ ଆଡମିଟ୍ ହେବାପରେ ଧର୍ମଜୟ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଥିଲା । ଚିକିତ୍ସାରେ ପ୍ରତିଦିନ ତାଙ୍କର ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ଏପରିକି ତାଙ୍କୁ ଇକମୋ ମେସିନ୍ ରେ ରଖାଯାଇଥିଲା । ଏହାପୂର୍ବରୁ ତାଙ୍କୁ ଭେଣ୍ଟିଲେଟର୍ ରେ ମଧ୍ୟ ରଖାଯାଇଥିଲା । ତେବେ ଧର୍ମଜୟଙ୍କ ଭାଈ କହିଛନ୍ତି ଯେ, ତାଙ୍କର ଚିକିତ୍ସା ପାଇଁ ୫୦ ଏକର ଜମି ମଧ୍ୟ ବିକ୍ରି କରିଦିଆଯାଇଥିଲା । ଏତେ ସବୁ ପରେ ତାଙ୍କର ଜୀବନ ବଞ୍ଚାଯାଇପାରିନଥିଲା । ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଗଲା ।

Get real time updates directly on you device, subscribe now.