fbpx

ଇମ୍ୟୁନିଟିକୁ ପ୍ରଭାବିତ କରିପାରେ ଫାଷ୍ଟ ଫୁଡ୍, ଅଟୋଇମ୍ୟୁନ ରୋଗ ପାଇଁ ଦାୟୀ: ଷ୍ଟଡୀ

ନୂଆଦିଲ୍ଲୀ: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଖାଇବା-ପିଇବା ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡିଛି । ଏବେ ଲୋକମାନେ ଖାଇବାକୁ ଏତେ ଧ୍ୟାନ ଦେଉନାହାନ୍ତି । ଅର୍ଥାତ୍ ଯେଉଁଠାରେ ଯାହାବି ମିଳିଲା, ତାକୁ ଖାଉଛନ୍ତି । ଏହି କାରଣ ଯୋଗୁଁ ଲୋକମାନେ ସୁସ୍ଥ ଖାଇବା ପରିବେର୍ତ୍ତ ଫାଷ୍ଟଫୁଡକୁ ଅଧିକ ପସନ୍ଦ କରୁଛନ୍ତି । ଫାଷ୍ଟଫୁଡ ଖାଇବାର କ୍ଷତି ବିଷୟରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବରୁ ଅନେକ କହିଛନ୍ତି ।

କିନ୍ତୁ ନିକଟରେ ଲଣ୍ଡନରେ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ, ଫାଷ୍ଟଫୁଡ ଅଧିକ ଖାଇବା ଦ୍ୱାରା ଲୋକଙ୍କ ପ୍ରତିରକ୍ଷା ସିଷ୍ଟମ ପ୍ରଭାବିତ ହୋଇଥାଏ । ରିପୋର୍ଟ ଅନୁସାରେ, ବରଗର୍ ଓ ଚିକେନ୍ ନଗେଟ୍ସ ସହିତ ଅନେକ ଫାଷ୍ଟଫୁଡ ଖାଇବା ଦ୍ୱାରା ବିଶ୍ୱରେ ଅଟୋଇମ୍ୟୁନ ରୋଗୀ ବୃଦ୍ଧି ପାଇଥାଏ । ତେବେ ଫାଷ୍ଟଫୁଡ ଯୋଗୁଁ ଲୋକଙ୍କ ଇମ୍ୟୁନ ସିଷ୍ଟମ ଭ୍ରମିତ ହୋଇପାରେ ।

ବୈଜ୍ଞାନିକଙ୍କ କହିବା ମୁତାବକ, ଫାଷ୍ଟଫୁଡ କାରଣରୁ ଏକ ସୁସ୍ଥ କୋଷିକା ଓ ଶରୀର ଉପରେ ଆକ୍ରମଣ କରୁଥିବା ଭାଇରସ ଭଳି ଜୀବାଣୁ ମଧ୍ୟରେ ପ୍ରତିରକ୍ଷା ପ୍ରଣାଳୀ ପାର୍ଥକ୍ୟ କରିପାରୁନାହିଁ, ଫଳରେ ଲୋକମାନେ ରୋଗରେ ପୀଡିତ ହେଉଛନ୍ତି ।

Get real time updates directly on you device, subscribe now.